fbpx

WTC ଫାଇନାଲ୍ 2023: ଅଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତ୍ତନରେ ଧୋନିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଚୟନକର୍ତ୍ତାମାନେ ନେଇଥିଲେ ମାହିଙ୍କ ପରାମର୍ଶ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(WTC)୨୦୨୩ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଚୟନକର୍ତ୍ତା ଟିମ୍ ଇଣ୍ଡିଆ ଘୋଷଣା କରି ସାରିଛନ୍ତି । ଏହି ଫାଇନାଲ ମୁକାବିଲା ପାଇଁ ଲମ୍ବା ସମୟ ପରେ ଭାରତୀୟ ଦଳକୁ ଫେରିଛନ୍ତି ଅଜିଙ୍କ୍ୟ ରାହାଣେ। ଖରାପ ଫର୍ମ ପାଇଁ ରାହାଣେ ଦେଢ଼ବର୍ଷ ହେବ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିଲେ । ଏବେ ଭାରତୀୟ ଦଳକୁ ଫେରିବା ପଛରେ ଦୁଇଟି କାରଣ ସାମ୍ନାକୁ ଆସୁଛି । ପ୍ରଥମ ଶ୍ରେୟସ୍ ଆୟର ଅନଫିଟ୍ ହେବା ଏବଂ ଦ୍ୱିତୀୟ ଟୁମ୍ ଚୟନ ପୁର୍ବରୁ ଧୋନୀ ଦେଇଥିବା କିି ଇନପୁଟ୍ ।

ଆଇପିଏଲ୍ ୧୬ତମ ସିଜନ ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଅଜିଙ୍କ୍ୟ ରାହାଣେ ଖେଳୁଛନ୍ତି । ଏହା ସହିତ ଚଳିତ ସିଜନରେ ରାହାନେଙ୍କୁ ଏକ ଅଲଗା ରୁପରେ ଦେଖିବାକୁ ମିଳୁଛି । ଏହି ସମୟରେ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତୀୟ ଦଳ ପରିଚାଳନା ଏବଂ ଚୟନ କମିଟି ଅଜିଙ୍କ୍ୟ ରାହାଣେଙ୍କୁ WTC ଫାଇନାଲ ପାଇଁ ଦଳରେ ସାମିଲ କରିବା ପୂର୍ବରୁ ମଧ୍ୟ ପରାମର୍ଶ ନେଇଥିଲେ।

ରାହାଣେ ତାଙ୍କର ଶେଷ ଟେଷ୍ଟ ଜାନୁଆରୀ ୨୦୨୨ରେ ଦକ୍ଷିଣ ଆପ୍ରିକାରେ ଖେଳିଥିଲେ । ଏହାପରେ ଖରାପ ଫର୍ମ କାରଣରୁ ସେ ଦଳରୁ ବାଦ୍ ପଡ଼ିଥିଲେ । ପରେ ଘରେ।।ଇ କ୍ରିକେଟ୍ କେଳିବା ପରେ ଚଳିତ ଆଇପିଏଲ୍‌ରେ ରାହାଣେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ରାହାଣେ ଏପର‌୍ୟ୍ୟନ୍ତ ୫ ଇନିଂସରେ ୫୨.୨୫ ହାରରେ ୨୦୯ ରନ୍ ସ୍କୋର କରି ସାରିଲେଣି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୯୯.୦୪ ରହିଛି ।

ଭାରତୀୟ ଦଳ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଟାଇଟଲ ମ୍ୟାଚ୍ ଖେଳିବ। ଅଜିଙ୍କ୍ୟ ରାହାଣେଙ୍କର ସେହି ପରିସ୍ଥିତିରେ ଖେଳିବାର ଅଭିଜ୍ଞାତା ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୨୯ ଟି ଇନିଂସରେ ୭୨୯ ରନ୍ ସଂଗ୍ରହ କରି ହାରାହାରି ୨୬ ଟି ଶତକ ଏବଂ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି।

Get real time updates directly on you device, subscribe now.