Play Storeରେ ଆସିଲା Xର AI ଆପ୍ଲିକେସନ, ଫ୍ରୀରେ ରେଜିଷ୍ଟର କରିବା ସୁଯୋଗକୁ କରନ୍ତୁନି ହାତଛଡ଼ା
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏଆଇ ଆପ୍ଲିକେସନ ଗ୍ରୋକ ଏଆଇ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରେ ଲିଷ୍ଟ ହୋଇସାରିଛି ।
ନୂଆଦିଲ୍ଲୀ: ଯଦି ଆପଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁଡ୍ ନ୍ୟୁଜ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର Grok AI ପ୍ଲାଟଫର୍ମକୁ ୟୁଜର୍ସ ବର୍ତ୍ତମାନ ଆପ୍ ଭଳି ବ୍ୟବହାର କରିପାରିବେ ।
Gorkର ନୂଆ ଏଆଇ ପାୱର୍ଡ ଆସିଷ୍ଟାଣ୍ଟ ଆପଣଙ୍କୁ କଠିନ ପ୍ରଶ୍ନର ଉତ୍ତର ଦେବାରେ ସହଯୋଗ କରିବ । ଗ୍ରୋକ ଏଆଇ ଆପ୍ ଆପଣଙ୍କର ଅନେକ କାମକୁ ସହଜ କରିଦେବ । ତେବେ Grok Aiକୁ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରେ ଲିଷ୍ଟ କରାଯାଇଛି ।
ମାଗଣରେ ଏପରି କରନ୍ତୁ ରେଜିଷ୍ଟର: ଗୁଗଲ ପ୍ଲେ ଷ୍ଟୋରରେ Grok AIର ଲିଷ୍ଟ ହେବା ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ପ୍ରତିଯୋଗୀତା ବଢିବାରେ ଲାଗିଛି । ଲିଷ୍ଟିଙ୍ଗ ସହ ୟୁଜର୍ସ ବର୍ତ୍ତମାନ ଗ୍ରୋକ ଆପ୍ ପାଇଁ ପ୍ରି-ରେଜିଷ୍ଟର କରିପାରିବେ ।
ଫ୍ରି ରେଜିଷ୍ଟର ଡାଇଁ ଆପଣ ଗୁଗଲ ପ୍ଲେ ଷ୍ଟୋରର ଗ୍ରୋକ ଆପରେ ଭିଜିବିଲିଟି କରିବାକୁ ପଡିବ । ଏହାପରେ ଆପଣଙ୍କୁ ଫ୍ରୀ ରେଜିଷ୍ଟର ନାଓ ବଟନ ଉପରେ ଟ୍ୟାପ କରିବାକୁ ପଡିବ । ଫ୍ରୀ ରେଜିଷ୍ଟର କରିବା ପରେ ଯେପରି ଏହି ଆପ୍ଲିକେସନ ଆପରେ ଲଞ୍ଚ ହେବ ଆପଣଙ୍କୁ ନୋଟି ଫିକେସନ ମିଳିଯିବ ।
ଗୁଗଲ, ମାକ୍ରୋସଫ୍ଟ, ମେଟା, ଓପେନଏଆଇ ଭଳି ବିଶିଷ୍ଟ କମ୍ପାନୀଗୁଡ଼ିକ ନିଜର ଏଆଇ ପ୍ଲାଟଫର୍ମ ଆଣିବାରେ ଲାଗିଛନ୍ତି । .Grok AI ଆସିବା ଫଳରେ ଅନ୍ୟ ଏଆଇ ପ୍ଲାଟଫର୍ମକୁ ଏହା କଡ଼ା ଟକ୍କର ଦେଇପାରେ ।