fbpx

ଏଣିକି X (Twitter)ରେ ପୋଷ୍ଟ କରିପାରିବେ Adult Content, ଲଞ୍ଚ ହେଲା ନୂଆ ପଲିସି

ନୂଆଦିଲ୍ଲୀ: X ପ୍ରଥମେ ଟ୍ୱିଟର ନାମରେ ପରିଚିତ ଥିଲା । ଯେବେଠାରୁ ଏହି ଆପର ମାଲିକାନା ଏଲନ ମସ୍କ ଗ୍ରହଣ କରିଛନ୍ତି, ସେବେଠାରୁ ଏଥିରେ ଅନେକ କିଛି ଜିନିଷ ବଦଳିଯାଇଛି । ବର୍ତ୍ତମାନ ଏକ୍ସ ପଲିସିରେ ଆହୁରି ପରିବର୍ତ୍ତନ ହୋଇଛି । ଯାହାପରେ ୟୁଜର୍ସ ଏହି ପ୍ଲାଟଫର୍ମରେ Adult Content ମଧ୍ୟ ପୋଷ୍ଟ କରିପାରିବେ । ଗତ କିଛିଦିନ ତଳେ ଏହି ପଲିସିକୁ ଲାଗୁ କରିବା ପାଇଁ ବହୁତ ଚର୍ଚ୍ଚା ହେଉଥିଲା । ତେବେ ବର୍ତ୍ତମାନ ଏହି ନୂଆ ପଲିସିକୁ ଲଞ୍ଚ କରାଯାଇଛି ।

ଏକ୍ସ ନିଜ ଅଫିସିଆଲ ହ୍ୟାଣ୍ଡେଲ ‘X safety’ରେ ଟ୍ୱିଟ କରି ସୂଚନା ଦେଇଛି ଯେ, କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଏବଂ ଭାଓଲେଣ୍ଟ କଣ୍ଟେଣ୍ଟ ପଲିସି ଲଞ୍ଚ କରିଛି । ଏହି ଟ୍ୱିଟରେ ଏହା କୁହାଯାଇଛି ଯେ, ଆମେ ନିଜ ନିୟମରେ ଅଧିକ ସ୍ପଷ୍ଟତା ଆଣିବା ଏବଂ ସେହି ପ୍ଲାଟଫର୍ମର ଇମ୍ପପ୍ଲିମେଣ୍ଟେସନରେ ପାରଦର୍ଶୀତା ଆଣିବା ଲାଗି ଆଡଲ୍ଟ କଣ୍ଟେଣ୍ଟ ଏବଂ ଭାଓଲେଣ୍ଟ କଣ୍ଟେଣ୍ଟ ପଲିସିକୁ ଲଞ୍ଚ କରିଛୁ ।

ଏକ୍ସ କହିବାନୁଯାୟୀ, ଛୋଟ ବୟସର ୟୁଜର୍ସ ବା ଯେଉଁ ୟୁଜର୍ସ ନିଜ ବୟସ ଭେରିଫାଏ କରିନାହାନ୍ତି ସେମାନଙ୍କୁ ଆମେ ଏହି କଣ୍ଟେଣ୍ଟକୁ ଦେଖାଇବାକୁ ଚାହୁଁନାହୁଁ । ତାଙ୍କ ପାଖକୁ ଏହି କଣ୍ଟେଣ୍ଟ ନ ଯିବା ପାଇଁ ଏହି କଣ୍ଟେଣ୍ଟକୁ ଆପଣ ପ୍ରୋଫାଇଲ କିମ୍ବା ବ୍ୟାନରରେ ପୋଷ୍ଟ କରିପାରିବେ ନାହିଁ । ଏକ୍ସ ର ଏହା କହିବାନୁଯାୟୀ, ଯେଉଁ ଲୋକେ ଏହି କଣ୍ଟେଣ୍ଟ ପୋଷ୍ଟ କରିବେ ସେମାନଙ୍କୁ ଏହି କଣ୍ଟେଣ୍ଟରେ ସେନସିଟିଭ ମାର୍କ କରିବା ଆବଶ୍ୟକ ଅଟେ । ଏହି କଣ୍ଟେଣ୍ଟ ଏଆଇ ଜେନେରେଟ, ଫଟୋଗ୍ରାଫିକ ବା ଆନିମେଟେଡ ହେଉ । ଯେଉଁ ୟୁଜର୍ସ ୧୮ ବର୍ଷ ତଳକୁ ଅଛନ୍ତି ଏବଂ ଯେଉଁମାନେ ନିଜ ବୟସକୁ ଭେରିଫାଏ କରିନାହାନ୍ତି ସେ ଏହି କଣ୍ଟେଣ୍ଟକୁ ଦେଖିପାରିବେ ନାହିଁ ।

Get real time updates directly on you device, subscribe now.