Xiaomi ଲଞ୍ଚ କଲା ସବୁଠୁ ଦମଦାର ପ୍ରୋସେସରର ଫୋନ, OnePlus, Realme ରହିଯିବେ ପଛରେ

ନୂଆଦିଲ୍ଲୀ: ସାଓମି ଦୁନିଆର ପ୍ରଥମ Qualcomm Snapdragon 8 Elite ପ୍ରୋସେସରର ଫୋନ ଲଞ୍ଚ କରିଛି। କମ୍ପାନୀ OnePlus ଏବଂ Realme କୁ ଏହି ମାମଲାରେ ପଛରେ ପକାଇଛି। ଏହି ଦୁହେଁ ଚୀନ କମ୍ପାନୀ ମଧ୍ୟ ଏହି ପ୍ରୋସେସର ସହ ନିଜ ଫ୍ଲାଗସିପ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛନ୍ତି। OnePlus 13 ଏବଂ Realme GT 7 Proକୁ ଆଗାମୀ କିଛି ଦିନରେ ବଜାରରେ ଲଞ୍ଚ କରାଯିବ। Xiaomi 15 ଫ୍ଲାଗସିପ ସିରିଜ ବ୍ୟତୀତ କମ୍ପାନୀ Xiaomi Pad 7  ଏବଂ Xiaomi HyperOS 2.0 ମଧ୍ୟ ଲଞ୍ଚ କରିଛି।

Xiaomi 15 Series ରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ  Xiaomi 15 ଏବଂ Xiaomi 15 Pro ଜାରି କରିଛି। ଏହି ଦୁଇଟି ସ୍ମାର୍ଟଫୋନ ଦେଖିବାକୁ ଏକାଭଲୀ ଏବଂ ପାଖାପାଖି ଏକାଭଳି ଫିଚର୍ସ। Xiaomi 15 ରେ 6.36 ର 1.5K ରେଜଲୁସନର OLED ଡିସପ୍ଲେର ପିକ ବ୍ରାଇଟନେସ ୩୨୦୦ ନିଟସ ଏବଂ ଏହି 120Hz  ହାଇ ରିଫ୍ରେସ ରେଟ ଫିଚରକୁ ସପୋର୍ଟ କରିଥାଏ।

Xiaomi 15 Pro ରେ ୬.୭୩ ଇଞ୍ଚର 2K ରେଜଲୁସନର ମାଇକ୍ରୋ-କର୍ବଡ OLED  ସ୍କ୍ରିନ ଦିଆଯାଇଛି, ଯାହା 120Hz  ରିଫ୍ରେସ ରେଟ ଫିଚରକୁ ସପୋର୍ଟ କରିଥାଏ। ଏହି ଦୁଇଟି ସ୍ମାର୍ଟଫୋନ Qualcomm Snapdragon 8 Elite ପ୍ରୋସେସର ସହ ଆସିଥାଏ। ସାଓମି ଏହି ସିରିଜର ପ୍ରୋ ମଡେଲରେ 6100mAhର ଦମଦାର ବ୍ୟାଟେରୀ ଦିଆଯାଇଛି। ସେହିପରି ଷ୍ଟାଣ୍ଡାର୍ଡ ମଡେଲରେ 5400mAh ର ବ୍ୟାଟେରୀ ଦିଆଯାଇଛି। ଏହି Xiaomi 15 ଏବଂ Xiaomi 15 ଫୋନରେ 50MP OIS, 50MP ୱାଇଡ ଏବଂ 50MP ର ପେରିସ୍କୋପ ଟେଲିଫଟୋ କ୍ୟାମେରା ରହିଛି। ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଏହି ଦୁଇଟି ଫୋନରେ ୩୨ ଏମପିର କ୍ୟାମେରା ଦିଆଯାଇଛି।