fbpx

ହିଜାବ ମାମଲାର ବିଚାରକଙ୍କୁ ୱାଇ ସୁରକ୍ଷା: ଜୀବନରୁ ମାରିଦେବାକୁ ମିଲିଥିଲା ଧମକ

ବେଙ୍ଗଲୁରୁ: ହିଜାବ ପ୍ରସଙ୍ଗରେ ବିଚାରପତିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ । ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଉଭୟଙ୍କୁ ପୋଲିସ ହେପାଜତକୁ ନେଇଛି । ବିଚାରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କ ନିମନ୍ତେ ସରକାର ୱାଇ ଜୋନ୍ ର ସୁରକ୍ଷା ମୁତୟନ କରିବ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଇ । ଶନିବାର ବେଙ୍ଗାଲୁରୁ ବିଧାନସଭା ପୋଲିସ ନିକଟରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ପୋଲିସ ମାମଲାରେ ଅଭିଯୁକ୍ତ ଦୁଇ ଜଣଙ୍କୁୂ ଗିରଫ କରିଥିବା ଜଣାଯାଇଛି ।

ଗତ ସପ୍ତାହରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଋତୁରାଜ ଆଜସ୍ୱତି, ଜଷ୍ଟିସ ବିଚାରକ କୃଷ୍ଣ ଏସ ଦୀକ୍ଷିତ ଏବଂ ଜଷ୍ଟିସ ଜୟବୁନ୍ନେସା ମୋହିଉଦ୍ଦିନ ହିଜାବ ସମ୍ପର୍କରେ ଏକ ମତ ଦେଇଥିଲେ । ମୁସଲମାନ ମହିଳାମାନେ ହିଜାବ ପିନ୍ଧିବା ଇସଲାମ ଧର୍ମର ଏକ ଅଂଶ ବୋଲି ସେ କହିଥିଲେ । ତେବେ କଲେଜରେ ହିଜାବ ପିନ୍ଧିବା ଏହି ଧର୍ମର ଅଂଶ ନୁହେଁ ବୋଲି ସେମାନେ ପ୍ରକାଶ କରିଥିଲେ । ବର୍ତ୍ତମାନ ତାମିଲନାଡୁର କିଛି ଲୋକ ଏହାକୁ ଘୋର ବିରୋଧ କରୁଥିବା ଦେଖାଯାଇଛି । ସେପଟେ ଗିରଫ ହୋଇଥିବା କେବୋଇ ରହମଥୁଲ୍ଲାଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯାହା କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ହିଂସା ପ୍ରଚାର କରିବା ପାଇଁ ଏକ ଉତ୍ସ ପାଲଟିଛି । ଏହି ଭିଡିଓରେ ବିଚାରପତିଙ୍କୁ ପରୋକ୍ଷ ଭାବରେ ଏକ ଧମକ ଦିଆଯାଇଛି ଯେଉଁଥିରେ ସେ କେଉଁଠାକୁ ପ୍ରାତଃଭ୍ରମଣ ପାଇଁ ଯାଆନ୍ତି ତାହା ସମସ୍ତେ ଜାଣନ୍ତି ବୋଲି କୁହାଯାଇଛି । ତେବେ ଏହାପରେ ଏହି ଭିଡିଓ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.