fbpx

ପୁଣି ବଡ଼ଧରଣର ଦୁର୍ଘଟଣା: ଦୁଇ ବସ୍ ଧକ୍କାରେ ୪୦ ଯାତ୍ରୀ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେରେ ଏକ ବଡଧରଣର ଦୁର୍ଘଟଣା ହେବା ଖବର ସାମ୍ନାକୁ ଆସିଛି। ରାତି ପ୍ରାୟ ୩ ଟା ସମୟରେ ଯମୁନା ଏକ୍ସପ୍ରେସୱେରେ ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ସମୁଦାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯମୁନା ଏକ୍ସପ୍ରେସୱେରେ ମଥୁରା ନିକଟ ମାଇଲ ଷ୍ଟୋନ ୧୧୦ ରାୟା କଟରେ ଦୁଇଟି ବସ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି, ସେଥିମଧ୍ୟରୁ ୩୧ ଜଣ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ୯ ଜଣ ଆହତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯମୁନା ଏକ୍ସପ୍ରେସୱେରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ପୋଲିସର ବିବୃତ୍ତି ମଧ୍ୟ ପ୍ରକାଶ ପାଇଛି। ମଥୁରା ଏସଏସପି ଶୈଳେଶ ପାଣ୍ଡେ କହିଛନ୍ତି ଯେ ଦୁର୍ଘଟଣାର ଶିକାର ହୋଇଥିବା ଗୋଟିଏ ବସ୍ ଢୋଲପୁର ନୋଏଡା ଏବଂ ଅନ୍ୟ ବସ୍ ଏଟାୱା ଠାରୁ ନୋଏଡା ଯାଉଥିଲା। ତେବେ ଏହି ଦୁଇଟି ବସ୍ ଯମୁନା ଏକ୍ସପ୍ରେସୱେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Get real time updates directly on you device, subscribe now.