fbpx
BSKY SKY
BSKY SKY

ଆଉ ବିକିବେନି ଗୁପଚୁପ୍! ସାଢେ ୫ କୋଟି ଦେଇ ସ୍ୱପ୍ନର ନୂଆ ମହଲ କିଣିଲେ ଯଶସ୍ୱୀ

BSKY

ମୁମ୍ବାଇ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲ ଆଜି ନିଜ ସ୍ୱପ୍ନ ସାକାର କରିଛନ୍ତି । ଦିନେ ଗୁପଚୁପ ବିକ୍ରି କରି ଯେଣ୍ଟ ତଳେ ଜୀବନ କାଟୁଥିବା ଯଶସ୍ୱୀ ଆଜି ମୁମ୍ବାଇରେ ନିଜ ସ୍ୱପ୍ନର ମହଲ କିଣି ପାରିଛନ୍ତି । ସଢେ ୫ କୋଟି ଟଙ୍କାରେ ମାୟାନଗରୀରେ ଜଏସ୍ୱାଲ ଏକ ଫ୍ଲାଟ ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିସ୍ଫୋରକ ବ୍ୟାଟିଂ କରିବା ପରେ ନିଜ ପାଇଁ ଏବଂ ତାଙ୍କ ପରିବାର ପାଇଁ ନୂଆ ଘର କିଣିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଲଗାତାର ଦୁଇଟି ଦ୍ୱିଶତକ ଯଶସ୍ୱୀଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି ।

ମୁମ୍ବାଇର ଏକ୍ସ ବିକେସିରେ ସାଢେ ୫ କୋଟି ଟଙ୍କାରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି ଭାରତର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । ଲିୟାସେସ ଫେରାସକୁ ମିଳିଥିବା ରେଜିଷ୍ଟ୍ରେସନ ଡକୁମେଣ୍ଟ ଅନୁସାରେ, ଜାନୁୟାରୀ ୭ ତାରିଖରେ ବାନ୍ଦ୍ରା ଭବନର ୱିଙ୍ଗ-୩ରେ ୧,୧୦୦ ବର୍ଗଫୁଟର ଫ୍ଲାଟ ରେଜିଷ୍ଟ୍ରେସନ କରାଯାଇଛି । ଏହି ଫ୍ଲାଟର ମୂଲ୍ୟ ୪୮,୪୯୯ ଟଙ୍କା ପ୍ରତି ବର୍ଗଫୁଟ ଅନୁସାରେ ଡିଲ୍ ହୋଇଥିବା ଜାଣିବାକୁ ମିଳିଛି । ଦୀର୍ଘ ଦିନରୁ ଯଶସ୍ୱୀ ଏହି ଫ୍ଲାଟ କିଣିବା ନେଇ ଆଲୋଚନା ହେଉଥିବା ବେଳେ ପ୍ରଥମ ଟେଷ୍ଟ ଡେବ୍ୟୁ ସମୟରେ ହିଁ ଏଠାକୁ ସିଫ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଆଜି କ୍ରିକେଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯଶସ୍ୱୀ ଦିନେ ଛୋଟ ପିଲା ଭଳି ମୁମ୍ବାଇକୁ ଆସି ଖୋଲା ପଡ଼ିଆରେ ଏକ ଟେଣ୍ଟ ତଳେ ରହୁଥିଲେ । ଉତ୍ତରପ୍ରଦେଶ ବଦୋହୀ ଜିଲ୍ଲାର ଏକ ଛୋଟ ଗାଁରୁ ଆସି ଆଜି ସାରା ବିଶ୍ୱରେ ଷ୍ୟାର କ୍ରିକେଟରର ପରିଚୟ ପାଇଛନ୍ତି ଯଶସ୍ୱୀ ଜଏସ୍ୱାଲ । କ୍ରିକେଟର ହେବାର ସ୍ୱପ୍ନ ପୂରଣ କରିବା ଆଶାରେ ମୁମ୍ବାଇ ଆସିଥିବା ବେଳେ ତାଙ୍କୁ ଜଣେ କୋଚ୍ ପ୍ରଥମେ ସୁଯୋଗ ଦେଇଥିଲେ । ଦିନ ଥିଲା ସେ ଗୁପଚୁପ୍ ବିକ୍ରି କରୁଥିବା ଜଣେ ଦୋକାନୀଙ୍କୁ ସାହାଯ୍ୟ କରି ନିଜର ଖର୍ଚ୍ଚ ସମ୍ଭାଳିଥିଲେ । କିନ୍ତୁ ବର୍ତ୍ତମାନ ସଫଳତାର ଶିଖରରେ ପାଦ ଥାପିଛନ୍ତି ଯଶସ୍ୱୀ ଜଏସ୍ୱାଲ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟରେ ବିସ୍ପୋରକ ଦ୍ୱିଶତକ ହାସଲ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ । ବିଶାଖାପାଟନା ଏବଂ ପରେ ରାଜକୋଟ ଟେଷ୍ଟରେ ଲଗାତାର ଦୁଇଟି ଦ୍ୱିଶତକ ହାସଲ କରି ସଫଳତାର ଶିଖର ଛୁଇଁଛନ୍ତି । ୨୦୨୦ ଅଣ୍ଡର-୧୯ ବିଶ୍ୱକପରୁ ହିଁ ନିଜର ଦବଦବା ଜାରି ରଖିଛନ୍ତି ଯଶସ୍ୱୀ ଜଏସ୍ୱାଲ । ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଗୋଟିଏ ଦିନରେ ସର୍ବାଧିକ ୧୨ଟି ଛକା ମାରି ବିଶ୍ୱ କ୍ରିକେଟର ଦ୍ୱିତୀୟ ତଥା ଭାରତର ପ୍ରଥମ ଖେଳାଳି ପାଲଟିଛନ୍ତି ।

Get real time updates directly on you device, subscribe now.