fbpx

୧୯ ବର୍ଷରୁ କମ ବିଶ୍ୱକପ୍: ସେମିଫାଇନାଲରେ ଚମକିଲେ ୟଶ ଧୁଲ, ୨୯୧ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ ସେମି ଫାଇନାଲରେ ଅଧିନାୟକ ୟଶ ଧୁଲଙ୍କ ଦମଦାର ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆକୁ ୨୯୧ ରନର ଟାର୍ଗେଟ ଦେଇଛି ଭାରତ । ନିର୍ଦ୍ଧାରିତ ଓଭରରେ ଭାରତ ୫ ୱିକେଟ ହରାଇ ୨୯୦ ରନ କରିଥିଲା । ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ୟଶ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଶତକ ହାସଲ କରିଥିବା ବେଳେ ଶେକ ରଶିଦ ୯୪ ରନ କରିଥିଲେ ।

ଭାରତ ପକ୍ଷରୁ ଦୁଇ ଓପ୍ନର ଅଙ୍ଗକ୍ରିଶ(୬) ଓ ହରନୁର(୧୬) ବିଶେଷ କିଛି କରି ପାରିନଥିଲେ । ୩୭ ରନରେ ଦୁଇ ୱିକେଟର ପତନ ପରେ ଅଧିନାୟକ ୟଶ ଓ ଶେକ୍ ଚମକ୍ରାର ବ୍ୟାଟିଂ କରିଥିଲେ । ଆରମ୍ଭରୁ ଇନିଂସ ସଜାଡିବା ସହିତ ଧୀମା ବ୍ୟାଟିଂ କରିଥିଲେ । ତେବେ ସେଟ ହେବା ପରେ ଚମକ୍ରାର ବ୍ୟାଟିଂ କରିଥିଲେ । ଉଭୟଙ୍କ ମଧ୍ୟରେ ୨୦୪ ରନର ପାର୍ଟନରଶିପ ହୋଇଥିଲା । ୟଶ ୧୧୦ଟି ବଲ ଖେଳି ୧୦ ଚୌକା ଓ ୧ ଛକା ସହିତ ୧୧୦ ରନ କରିଥିଲେ । ଅନ୍ୟ ପକ୍ଷରେ ଚମକ୍ରାର ବ୍ୟାଟିଂ କରିଥିବା ଶେକ୍ ୧୦୮ ବଲରୁ ୮ ଚୌକା ଓ ୧ ଛକା ସହିତ ୯୪ ରନ କରିଥିଲେ । ଶେଷ ଓଭରରେ ୱିକେଟ କିପର ଦୀନେଶ ବାନା ୪ଟି ବଲରୁ ୨୦ ରନ କରିବାରୁ ଭାରତ ୨୯୦ ରନ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ ନିଶବେଟ ଏବଂ ୱିଲିୟମ ସାଲଜମ୍ୟାନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.