ରୋମାଞ୍ଚକର ମ୍ୟାଚ୍ ରେ ପଞ୍ଜାବକୁ ୬ ୱିକେଟ୍ ରେ ହରାଇଲା ରାଜସ୍ଥାନ, ଯସଶ୍ୱୀଙ୍କ ଅର୍ଦ୍ଧଶତକ, ବଟଲର୍-ହେଟମାୟରଙ୍କ ବିସ୍ପୋରକ ଇନିଂସ୍

ମୁମ୍ବାଇ: ଆଜି ଆଇପିଏଲର ୫୨ତମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗସ୍ କୁ ୬ ୱିକେଟ୍ ରେ ହରାଇଛି ରାଜସ୍ଥାନ ରୟାଲ୍ସ । ଟସ୍ ଜିତି ପଞ୍ଜାବ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ରାଜସ୍ଥାନ ଆଗରେ ୧୯୦ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଯାହାକୁ ରାଜସ୍ଥାନ ୧୯ ଓଭର ୪ଟି ବଲରେ ୪ ୱିକେଟ୍ ହରାଇ ବିଜୟ ହାସଲ କରି ନେଇଥିଲା ।

ରାଜସ୍ଥାନ ପକ୍ଷରୁ ଯସଶ୍ୱୀ ଜୟସ୍ୱାଲ ୪୧ ବଲରେ ୬୮ ରନର ବିସ୍ପୋରକ ପାଳି ଖେଳିଥିଲେ । ତାଙ୍କ ପଛକୁ ସିମରନ୍ ହେଟମାୟର ୧୬ ବଲରୁ ଦୁର୍ଦ୍ଦଶ ୩୧ ରନ୍ ଏବଂ ଜସ୍ ବଟଲର ୧୬ ବଲରେ ୩୦, ଦେବଦତ୍ତ ପାଡିକଲ ୩୨ ବଲରୁ ୩୧ ଉପଯୋଗୀ ପାଳି ଖେଳିଥିଲେ । ପଞ୍ଜାବ ପାଇଁ ସଫଳ ବୋଲର ଭାବରେ ଅର୍ଶଦୀପ ସିଂ ୪ ଓଭର ପକାଇ ୨୯ ରନ୍ ବ୍ୟୟରେ ୨ଟି ୱିକେଟ୍ ପାଇଥିଲେ ।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ପ୍ରାରମ୍ଭରୁ ଶିଖର ଧାୱନଙ୍କ ୱିକେଟ ହରାଇଥିଲେ ମଧ୍ୟ ଜନି ବେୟାରସ୍ଟୋଙ୍କ ୪୦ ବଲରୁ ୫୬ ରନର ଜବରଦସ୍ତ ପାଳି ଖେଳିଥିଲେ । ତାଙ୍କ ପଛକୁ ଶେଷରେ ଜିତେଶ ଶର୍ମାଙ୍କ ୧୮ ବଲରୁ ବିସ୍ପୋରକ ୩୮ ରନ୍ ର ପାଳି ସାହାର୍ଯ୍ୟରେ ପଞ୍ଜାବ ୧୮୯ ରନ ସଂଗ୍ରହ କରି ପାରିଥିଲା । ରାଜସ୍ଥାନ ପାଇଁ ସଫଳ ବୋଲର ଭାବରେ ଚହଲ ୪ ଓଭର ବୋଲିଂ କରି ସର୍ବାଧିକ ୩ଟି ୱିକେଟ୍ ପାଇଥିଲେ ।

 

 

 

 

 

 

Get real time updates directly on you device, subscribe now.