fbpx

ସାମ୍ନାକୁ ଆସିଲା ଦୁଲର୍ଭ ପ୍ରଜାତିର ବେଙ୍ଗ, ଲୋକେ ଭୟଭୀତ

ଯୁଗ ବଦଳିବା ସହ ଦିନକୁ ଦିନ କିଛି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ସେହିପରି ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକର ଭିଡିଓ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ପୋଖରୀରେ ଦୁର୍ଲଭ ପ୍ରଜାତିର ଶହ ଶହ ବେଙ୍ଗ ବାହାରକୁ ଆସିଛନ୍ତି । ଏହି ଦୁଲର୍ଭ ପ୍ରଜାତିର ବେଙ୍ଗ ହଳଦିଆ ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି ।

ଉଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ବର୍ଷା ହେବା ମାତ୍ରେ ଦେଖିବାକୁ ମିଳୁଛି ଏହି ଦୁଲର୍ଭ ପ୍ରଜାତିର ବେଙ୍ଗ । ବେଙ୍ଗର ରଙ୍ଗ ଏତେ ଗାଢ ହଳଦିଆ ହୋଇଥିବାରୁ ଲୋକମାନେ ଏହାକୁ ବିଷାକ୍ତ କହିବା ସହ ଡରରେ ଦୂରକୁ ପଳାଉଥିଲେ । ପରେ ସେମାନଙ୍କୁ ମାରିବା ପାଇଁ ମଧ୍ୟ ଯୋଜନା ଚାଲିଥିଲା । ଲୋକମାନେ ଏହି ବିରଳ ବେଙ୍ଗମାନଙ୍କୁ ଦେଖି ବିଷାକ୍ତ ଭାବି ଭୟ କରିବାରେ ଲାଗିଲେ ।

ପରିବେଶବିଜ୍ଞାନୀମାନଙ୍କ ଦ୍ୱାରା ମିଳିଥିବା ଖବର ମୁତାବକ, ଏହି ବିରଳ ପ୍ରଜାତିର ବେଙ୍ଗ ଭାରତର ‘ବୁଲ ବେଙ୍ଗ’, ଯେଉଁମାନଙ୍କର ପ୍ରଜନନ ସମୟରେ ରଙ୍ଗ ବଦଳି ହଳଦିଆ ହୋଇଥାଏ । ଏହି କାରଣରୁ ଲୋକମାନେ ଏହାକୁ ବିଷାକ୍ତ ଭାବିଥାନ୍ତି । କିନ୍ତୁ ଏହି ପ୍ରଜାତିର ବେଙ୍ଗ ବିଲକୁଲ ବି ବିଷାକ୍ତ ହୋଇନଥାନ୍ତି । ଅନ୍ୟପଟେ ଏହି ପ୍ରଜାତିର ବେଙ୍ଗ କୃଷକମାନଙ୍କ ପାଇଁ ଲାଭଦାୟକ ହୋଇଥାନ୍ତି ଓ ପରିବେଶ ପାଇଁ ମଧ୍ୟ ଅନୁକୂଳ ସାବ୍ୟସ୍ତ ହୋଇଥାନ୍ତି ବୋଲି ଜଣାପଡିଛି ।

Get real time updates directly on you device, subscribe now.