ଆଜିପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, କାଳବୈଶାଖୀ ବର୍ଷା ବେଳେ ପବନର ବେଗ ରହିବ ୪୦ରୁ୫୦ କିମି
୧୯ଟି ଜିଲ୍ଲାକୁ ଆଜି ପାଇଁ ୟେଲୋ ଆଲର୍ଟ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ।
ଭୁବନେଶ୍ୱର: ଆଜି ବି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ୧୯ଟି ଜିଲ୍ଲାକୁ ଆଜି ପାଇଁ ୟେଲୋ ଆଲର୍ଟ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ମଧ୍ୟ ୪୦ରୁ ୫୦ କିମି ରହିପାରେ।
ଯଦି ଦେଖିବା ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ।
କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ, ଉତ୍ତରପ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ଆଶଙ୍କା କରିଛି। ଏପରିକି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଏବେ ମଧ୍ୟ ଦିନରେ ତାପମାତ୍ରା ବୃଦ୍ଧି ପାଉନଥିଲେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଉ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଏହିଭଳି ସ୍ଥିତି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆକଳନ କରାଯାଉଛି।
ଆଉ କାଳବୈଶାଖୀ ବର୍ଷା ହେବା ସମୟରେ ପବନର ବେଗ ମଧ୍ୟ ୪୦ରୁ୫୦ କିଲୋମିଟର ରହୁଛି। ଆଗକୁ ମଧ୍ୟ ଏହି ସ୍ଥିତି ଦେଖିବାକୁ ମିଳିବ।