fbpx

ଆଜି ବି ଜଳିବ ଓଡ଼ିଶା: ଗ୍ରୀଷ୍ମପ୍ରବାହକୁ ନେଇ ୮ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଜୁନ ମାସର ଦ୍ୱିତୀୟ ସପ୍ତାହ ଚାଲିଥିଲେ ବି ରାଜ୍ୟରେ ପ୍ରାକ-ମୌସୁମୀ ବର୍ଷାର ଦେଖାନାହିଁ । ଅସହ୍ୟତାତିରେ ସିଝୁଛି ପଶ୍ଚିମ ଓଡିଶା । ଉପକୂଳ ଓଡିଶାରେ ବି ପ୍ରବଳ ଗୁଳୁଗୁଳି ଅନୂଭତ ହେଉଛି । ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କ ବାୟୁ ପ୍ରବେଶ କରୁଛି । ଆହୁରି ୨ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୩ ତାରିଖ ବେଳକୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ସର୍ବାଧିକ ତାପମାତ୍ରା କମିବ । ପଶ୍ଚିମ ଓଡ଼ିଶାରେ ଗରମ ୧୦ ତାରିଖରୁ ହ୍ରାସ ପାଇ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରି ଭିତରେ ରହିବ । ୧୬ ଓ ୧୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ହାରାହାରି ୫୦ ମିମି ବର୍ଷା ହେବାକୁ ଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ୩୦ ମିମି ଯାଏ ବର୍ଷା ହେବ । ଏହି ସମୟରେ ରାଜ୍ୟର କେତେକ ସ୍ଥାନରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.