fbpx

‘କାଲି କହୁଥିଲେ ବିଜେଡି ସଦସ୍ୟ ଆଜି କହୁଛନ୍ତି… ଆର୍ଶୀବାଦ’, ଇନଷ୍ଟାଗ୍ରାମ ପ୍ରୋଫାଇଲ ବଦଳାଇଲେ ପାଣ୍ଡିଆନ

ଭୁବନେଶ୍ୱର: ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ଶେଷ ହୋଇଛି । ୨୪ ବର୍ଷ ଶାସନ କ୍ଷମତାରେ ବଦଳିଛି ଓଡ଼ିଶାର ରାଜନୀତି । ଏଥର ରାଜ୍ୟରେ ପରିବର୍ତ୍ତନର ପବନ ବୋହିବା ସହ ଗଠନ ହେବ ନୂତନ ସରକାର । ଏଥିମଧ୍ୟରେ ଭିକେ ପାଣ୍ଡିଆନ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରୋଫାଇଲ ପରିବର୍ତ୍ତନ କରିଥିବା ଦେଖାଦେଇଛି । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ନିଜକୁ ଉଲ୍ଲେଖ କରିଥିଲେ । କିନ୍ତୁ ବର୍ତ୍ତମାନ ସେଥିରେ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି । ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

କହିରଖୁଛୁ ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେଲେ ରାଜନୀତିରୁ ସନ୍ୟାସ ନେବେ ବୋଲି ପାଣ୍ଡିଆନ ନିର୍ବାଚନୀ ପ୍ରଚାର ବେଳେ ଘୋଷଣା କରିଥିଲେ ।

Get real time updates directly on you device, subscribe now.