fbpx
BJD SKY
BJD SKY

(Video) କାଲି ଥିଲା ଶତ୍ରୁତା, ଆଜି ଭାଇ ଭାଇ: ନେତାଙ୍କ ଦଳଡିଆଁରେ କାହାକୁ ଭୋଟ ଦେବେ ସାଧାରଣ ଜନତା?

BJD

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ରୋଗ ବ୍ୟାପିଛି । ଏ ଦଳର ନେତା ସେ ଦଳକୁ ଆଉ ସେ ଦଳର ନେତା ଏ ଦଳକୁ ଡେଇଁବାରେ ଲାଗିଛନ୍ତି । ତେବେ କିଛି ସମୟ ତଳେ ବିଜେପିର ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି କଂଗ୍ରେସ ନେତା ଗଣେଶ୍ୱର ବେହେରା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ବିଜୁ ଜନତା ଦଳର ୪ ଜଣ ଷ୍ଟାର ନେତା ଅନୁଭବ, ଆକାଶ, ସିଦ୍ଧାନ୍ତ ଏବଂ ଅରିନ୍ଦମ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ନେତା-ମନ୍ତ୍ରୀଙ୍କ ଏହି ଦଳଡିଆଁ ଭିତରେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ସାଧାରଣ ଭୋଟର । କାହାକୁ ଦେବେ ଭୋଟ୍, ସେ ନେଇ ଦୋଛକିରେ ରାଜ୍ୟର ନାଗରିକ ।

ଯେଉଁ ମାନଙ୍କୁ ୨୦୧୯ରେ ଗାଳି ଦେଉଥିଲେ । ସେହି ମାନଙ୍କୁ ଫୁଲ ମାଳ ପକାଇ ବନ୍ଦାପନା କରି ଦଳକୁ ପାଛୋଟି ଆଣିଲେ । ବନ୍ଦାପନା କରି ଦଳକୁ ସ୍ୱାଗତ କଲେ । ସବୁ ଭୁଲ କୁଆଡ଼େ ଗୋଳିଆ ପାଣିରେ ମିଳେଇ ଗଲା । କଥାରେ ନାଇ ତୁତ ମୁତୁରି ମୁଁତ ମୁତୁରି ହେଁସ କାଇଁ ପାଇଁ ଧୋଇବା । ଠିକ ଏବେକାର ରାଜନୀତି ବି ସେମିତି । ରାଜନୀତି ଦେଖାଇଦେଇଛି ତାର ପ୍ରକୃତ ରୂପ । ସବୁ ଦୋଷକୁ ଆଖି ମୁଜି ଆଡ଼େଇ ଦିଆଯାଇଛି । ଦଳଡିଆଁକୁ ଦିଆଯାଇଛି ସୁଯୋଗ । ହେଲେ ଏବେ ଏହାରି ଭିତରେ ଚାପି ହୋଇଯାଇଛନ୍ତି ସାଧାରଣ ଜନତା । କାହାକୁ ଭୋଟ ଦେବେ କିଛି ବି ଜାଣି ପାରୁ ନାହାଁନ୍ତି । ଯେଉଁ ମାନଙ୍କୁ ଭରସା କରିଥିଲେ ସେମାନେ ଏବେ ଦଳ ପରିବର୍ତ୍ତନ କରି ଦେଇଛନ୍ତି । ଭରସା କରିବେ ତ ପୁଣି କାହା ଉପରେ କରିବେ ।

୨୦୧୯ରେ ମୋଦୀ ମୋଦୀ ନାରା ଦେଉଥିବା ନେତା ୨୦୨୪ ହେଉ ହେଉ ସେମାନଙ୍କ ନାରାକୁ ବଦଳାଇ ନବୀନଙ୍କ ଗୁଣଗାନ କରିଛନ୍ତି । ଆଉ ଯେଉଁ ମାନେ ନବୀନ ଫ୍ୟାନ ବୋଲି କହୁଥିଲେ ଏବେ ସେମାନେ ମୁଣ୍ଡରେ ପଦ୍ମ ଟୋପି ପିନ୍ଧି ମୋଦୀ ରଙ୍ଗରେ ରଙ୍ଗେଇ ହୋଇଛନ୍ତି । କାଲି ଯିଏ ଶତ୍ରୁ ହୋଇ ଥିଲେ ଆଜି ସେମାନେ ସମସ୍ତେ ଶାରଥି ପାଲଟି ଯାଇଛନ୍ତି । ଯାହାକୁ ଦେଖିଲା ପରେ ଭୋଟର ଏବେ ଚକିତ । କାହାକୁ ଭୋଟ ଦେବେ କାହା ପଟେ ରହି ସମର୍ଥନ କରିବେ କିଛି ବି ଜାଣି ପାରୁ ନାହାଁନ୍ତିି ।

ଯେଉଁ ଅପରାଜିତା ଦିନେ ବିଜେଡି ନେତା ପ୍ରଶାନ୍ତ ଜଗଦେବଙ୍କୁ ବିରୋଧ କରିଥିଲେ । ସେହି ଅପରାଜିତା ୨୦୨୪ରେ ପ୍ରଶାନ୍ତ ଜଗଦେବଙ୍କୁ ଡାକି ଦଳରେ ମିଶାଇଲେ । ଯାହାକୁ ନେଇ ଅନେକ ବିବାଦ ହୋଇଥିଲା । ଠିକ ସେହି ଭଳି ସୁର ରାଉତରାୟ କଂଗ୍ରେସ ପାଇଁ ନିଜ ଜୀବନ ଦେବେ ବୋଲି କହୁଥିଲେ । ହେଲେ ଏବେ କଂଗ୍ରେସରେ ଥାଇ ମଧ୍ୟ ପୁଅ ମନ୍ମଥ ବିଜେଡିରେ ସାଂସଦ ପ୍ରାର୍ଥୀରେ ଛିଡ଼ା ହୋଇଥିବାରୁ ସୁର ରାଉତରାୟ ବିଜେଡିକୁ ସମର୍ଥନ କରିଛନ୍ତି ।

Get real time updates directly on you device, subscribe now.