fbpx

ଆପଣଙ୍କ କାର ବ୍ୟାଟେରୀ ଖରାପ ହେଉଛି କି ? ଜାଣନ୍ତୁ ଏହି ସଙ୍କେତରୁ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ କାରରେ ଯାତ୍ରା କରିବା ପୂର୍ବରୁ କାର ଯାଞ୍ଚ କରିବା ଆବଶ୍ୟକ ହୋଇଥାଏ । କାରରେ କୌଣସି ସମସ୍ୟା ଥିବା ଜଣାପଡ଼ିଲେ ଉଚିତ ସମୟରେ ସଜାଡ଼ି ପରବର୍ତ୍ତୀ ସମୟରେ ବିପଦକୁ ଏଡ଼ାଇ ପାରିବା । ତେବେ କାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବ୍ୟାଟେରୀ । ବ୍ୟାଟେରୀରେ ସମସ୍ୟା ହେଲେ କାର ଉପେର ଏହାର ପ୍ରଭାବ ପଡ଼ିଥାଏ । ତେବେ ଏପରି କିଛି ସଙ୍କେତ ଦ୍ୱାରା ଆମେ ଜାଣିପାରିବା ଯେ କାର ବ୍ୟାଟେରୀରେ ସମସ୍ୟା ରହିଛି । ଏଭଳି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ତେବେ ବ୍ୟାଟୋରୀ ଖରାପ ହୋଇ ଆସିଲେ ଏହି ସବୁ ସଙ୍କେତ ଦେଖାଦେଇଥାଏ ।

୧. ବ୍ୟାଟେରୀ ଲାଇଟ୍ ଅନ୍ ହୋଇ ରହିଲେ ବ୍ୟାଟେରୀ ଦୁର୍ବଳ ହେବାର ସଙ୍କେତ ଦେଇଥାଏ । ଏହା ସହ ହେଡଲାଇଟ୍ ପ୍ରକାଶ କମ୍ ହୋଇଯାଏ । ଏହା ସହ ଡ୍ୟାଶବୋର୍ଡ଼ର ଲାଇଟ୍ ମଧ୍ୟ ଧୀମା ଜଳିଥାଏ ।

୨. କାରର ବ୍ୟାଟେରୀ ଦୁର୍ବଳ ହେଲେ ଗାଡ଼ି ରହି ରହି ଚାଲିଥାଏ । ଅଧିକାଂଶ ସମୟରେ କାର ବ୍ୟାକ୍‌ଫାୟାରିଂ ହୋଇଥାଏ । ଏଥିରେ ସିଲିଣ୍ଡରରେ ଫ୍ୟୁଲ୍ ଜମା ହେବା ଫଳରେ ନିଆଁ ଲାଗିବାର ଆଶଙ୍କା ଦେଖାଦେଇଥାଏ ।

୩. କାର ଷ୍ଟାର୍ଟ କରିବାରେ ଅସୁବିଧା ହୋଇଥାଏ । ଗାଡ଼ି ଷ୍ଟାର୍ଟ କଲେ କର୍କଷ (crank) ଶବ୍ଦ ହୋଇଥାଏ ।

୪. କାରର ପାୱାର ୱିଣ୍ଡୋ କାମ କରିବା ବନ୍ଦ କରିଦେଇଥାଏ ।

୫. ଇଞ୍ଜିନର ତାର କିମ୍ବା ପ୍ଲାଷ୍ଟିକ୍ ଜଳିବାର ଦୁର୍ଗନ୍ଧ ଆସିଲେ ଜାଣିବେ କାର ବ୍ୟାଟେରୀ ଖରାପ ହେଉଛି । ସକାଳ ସମୟରେ କାର ଷ୍ଟାର୍ଟ ହେବାରେ ସମସ୍ୟା ହୋଇଥାଏ ।

 

Get real time updates directly on you device, subscribe now.