fbpx

ନିର୍ବାଚନ ପୂର୍ବରୁ ୧୨ ଆଇଏଏସ୍ ଅଫିସରଙ୍କୁ ଟ୍ରାନ୍ସଫର କଲେ ଯୋଗୀ ସରକାର, ବଦଳିଲେ ଅଯୋଧ୍ୟା କମିଶନର

ଲଖନଉ: ଉତ୍ତରପ୍ରଦେଶରେ ବିଧାନମଭା ନିର୍ବାଚନ ପୂର୍ବରୁ ୧୨ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଛି । ଏହା ସହିତ ୫ ଜିଲ୍ଲାର ଡିଏମଙ୍କୁ ବଦଳି କରାଯାଇଛି । ଯେଉଁଥିରେ ମଉ, ଆଜମଗଡ଼, ବଲିଆ, ଶାହାଜାହାନପୁର, ଅମେଠି ସାମିଲ ରହିଛି । ଏହା ସହିତ ଅଯୋଧ୍ୟାର କମିଶନରଙ୍କର ବି ଟ୍ରାନ୍ସଫର ହୋଇଛି ।

ତେବେ ଏହି ବଦଳିରେ ସବୁଠାରୁ ବଡ଼ ନାଁ ନବଦୀପ ରିନ୍ୱାଙ୍କର ରହିଛି । ତାଙ୍କୁ ଅଯୋଧ୍ୟାର କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଅଯୋଧ୍ୟାର କମିଶନର ଏମପି ଅଗ୍ରୱାଲଙ୍କୁ ହଟାଯାଇଛି । ଅଯୋଧଶରେ ଜମି ବିକ୍ରିରେ ତାଙ୍କ ନାଁ ଆସିଥିଲା । ଡିଜିପି ଅଫିସରେ ଗୁରୁବାର ଦିନ ୪ ପିପିଏସ ଅଫିସରଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

Get real time updates directly on you device, subscribe now.