fbpx

ପେପର ଲିକ୍ ମାମଲାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୋଷୀକୁ ଆଜୀବନ ଜେଲ ସହ ୧ କୋଟି ଟଙ୍କାର ଜରିମାନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ପେପର ଲିକ୍ ମାମଲା ବିରୋଧରେ ବଡ଼ ପଦକ୍ଷେପ ଉଠାଇଛନ୍ତି । ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ଯୋଗୀ ସରକାର ରାଜ୍ୟର ସାର୍ବଜନିକ ପରୀକ୍ଷା ଅଧ୍ୟାଦେଶ ୨୦୨୪ ଆଣିବା ନେଇ ଅନୁମୋଦନ ପ୍ରଦାନ କରିଛନ୍ତି । ସାର୍ବଜନିକ ପରୀକ୍ଷାରେ ଅନୁଚିତ ସାଧନ, ପେପର ଲିକ୍ ଉପରେ ରୋକ, ସଲଭର ଗ୍ୟାଙ୍ଗ୍ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଏହା ସହ ଜଡ଼ିତ ଅନୈତିକ ଘଟଣାକୁ ରୋକିବା ଉଦେ୍ଦଶ୍ୟରେ ଏହି ଅଧ୍ୟାଦେଶ ଅଣାଯାଉଛି ।

ଯୋଗୀ ସରକାରଙ୍କ ଦ୍ୱାରା ଜାରି ହେବାକୁ ଥିବା ଏହି ଅଧ୍ୟାଦେଶ ଉତ୍ତର ପ୍ରଦେଶର ଜନ ସେବା ନିଯୁକ୍ତି ପରୀକ୍ଷା, ରେଗୁଲାରାଇଜେସନ୍ କିମ୍ବା ପଦୋନ୍ନତି ପରୀକ୍ଷା, ଡିଗ୍ରୀ ଡିପ୍ଲୋମା, ପ୍ରମାଣ ପତ୍ର କିମ୍ବା ଶିକ୍ଷାଗତ ପ୍ରମାଣ ପତ୍ରର ପ୍ରବେଶିକ ପରୀକ୍ଷ ଉପରେ ଲାଗୁ କରାଯିବ । ନକଲି ପ୍ରଶ୍ନପତ୍ର ବଣ୍ଟନ, ନକଲି ରୋଜଗାର ୱେବସାଇଟ୍ ତିଆରି କରିବା ମଧ୍ୟ ଦଣ୍ଡନୀୟ ଅପରାଧ ଅଟେ । ତେବେ ଏହି ସବୁ ନିୟମର ଉଲ୍ଲଂଘନ କଲେ ସର୍ବନିମ୍ନ ୨ ବର୍ଷ ଠାରୁ ଆରମ୍ଭ କରି ଆଜୀବନ ଜେଲ ଦଣ୍ଡ ତଥା ୧ କୋଟି ଟଙ୍କା ଜରିମାନା ଦେବାର ପ୍ରାବଧାନ ରହିଛି । ଏହା ସହ ଯଦି ପରୀକ୍ଷା ପ୍ରଭାବିତ ହୁଏ ତେବେ ସଲଭର ଗ୍ୟାଙ୍ଗଙ୍କ ଠାରୁ ଆର୍ଥିକ କ୍ଷତିପୂରଣ ଦେବାକୁ ପଡ଼ିବ ଏବଂ ପରୀକ୍ଷାରେ ଅନିୟମିତତା କରୁଥିବା କମ୍ପାନୀ ଓ ସେବା ପ୍ରଦାନକାରୀଙ୍କୁ ସବୁଦିନ ପାଇଁ ବ୍ଲାକଲିଷ୍ଟ କରାଯିବାର ବ୍ୟବସ୍ଥା ବି ରହିଛି ।

Get real time updates directly on you device, subscribe now.