ସ୍ୱାମୀଙ୍କୁ ଖୋଜି ପାରୁନ, ଗେଷ୍ଟ ହାଉସ ବିଲ୍ ତମ ପାଖରେ ରଖ: ଦେଖନ୍ତୁ ତପସ୍ୱିନୀଙ୍କ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ଅନୁପସ୍ଥିତିରେ ନିଜେ ଗେଷ୍ଟ ହାଉସର ବିଲ୍ ଦେଇଛନ୍ତି ତପସ୍ୱିନୀ ଦାସ । ତେବେ ବିଲ୍ ପ୍ରଦାନ କରିବା ପୂର୍ବରୁ ପୋଲିସକୁ ସମାଲୋଚନା କରିଛନ୍ତି ତପସ୍ୱିନୀ । ମୋ ସ୍ୱାମୀଙ୍କୁ ଖୋଜି ପାରୁନ ବିଲ୍ ଦେବା ପାଇଁ କାହିଁକି ଏତେ ଆଗ୍ରହୀ ବୋଲି କହିଥିଲେ ତପସ୍ୱିନୀ । ପୋଲିସ ପ୍ରଶାସନ ପକ୍ଷରୁ ମୋ ସ୍ୱାମୀଙ୍କୁ ଖୋଜିବାକୁ ପ୍ରୟାସ କରାଯାଉନଥିବା ବେଳେ ବିଲ ପ୍ରଦାନ ପାଇଁ ଆଗ୍ରହ ମୋତେ ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି ଡିମ୍ପଲ ।

ସେ ବର୍ତ୍ତମାନ ଗେଷ୍ଟ ହାଉସରେ ଭାଇଙ୍କ ସହିତ ରହୁଥିବା ବେଳେ ବାହାରେ ପ୍ରମିଳା ମା ଓ ପରିବାର ଲୋକ ରହିଛନ୍ତି । ପୋଲିସ ସୁରକ୍ଷାରୁ ମୋ ସ୍ୱାମୀ ଫେରାର ହୋଇ ଯାଇଥିବା ବେଳେ ଆଉଥରେ ପୋଲିସ ପ୍ରୋଟେକ୍ସନ ମାଗିବା ହାସ୍ୟାସ୍ପଦ ବୋଲି କହିଛନ୍ତି ତପସ୍ୱିନୀ । ୫ ଦିନ ହେଲାଣି ସ୍ୱାମୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ହେଁ ପୋଲିସ ନିଦା ବିଷ୍ଣୁ ସାଜି ବସି ରହିଛି ବୋଲି କହିଛନ୍ତି ତପସ୍ୱିନୀ । ମୋର କିଛି କ୍ଷତି ହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ…