fbpx

ଆପଣ ବି ଲଢି ପାରିବେ ରାଷ୍ଟ୍ରପତି ନିର୍ବାଚନ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲି ବାଜି ସାରିଛି। ଗୁରୁବାର ନିର୍ବାଚନ ଆୟୋଗ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର‌୍ୟ୍ୟକାଳ ଜୁଲାଇ ୨୪ରେ ସମାପ୍ତ ହେବ। ରାଜ୍ୟସଭା ନିର୍ବାଚନ ପରେ ପରେ ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଗଭିଡା ଆରମ୍ଭ ହେଲାଣି। ଶାସକ ଏବଂ ବିରୋଧୀ ପ୍ରାର୍ଥୀ ଛିଡା କରାଇବା ନେଇ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଲେଣି। ତେବେ ରାଷ୍ଟ୍ରପତି ନିର୍ବାଚନ କିଭଳି ହୋଇଥାଏ ଏବଂ କଣ କଣ ଯୋଗ୍ୟତା ରହିବା ଦରକାର, ଏହା ଜାଣିବା ନିତାନ୍ତ ଆବଶ୍ୟକ। ନିମ୍ନୋକ୍ତ ଯୋଗ୍ୟତା ଥିଲେ ସାଧାରଣ ନାଗରିକ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ। ଆସନ୍ତୁ ଜାଣିବା କେଉଁ କେଉଁ ଯୋଗ୍ୟତା ରହିବା ଦରକାର ଯଦ୍ଵାରା ଯେ କୌଣସି ବ୍ୟକ୍ତି ରାଷ୍ଟ୍ରପତି  ନିର୍ବାଚନ ଲଢି ପାରିବେ।

ସମ୍ବିଧାନର ଅନୁଚ୍ଛେଦ ୫୮ ଦେଶର ସର୍ବୋଚ୍ଚ ପଦ ପାଇଁ ନିର୍ଦ୍ଧାରଣ କରାଯାଇଛି। ଏଥିପାଇଁ ପ୍ରଥମ ସର୍ତ୍ତ ବ୍ୟକ୍ତି ଭାରତର ନାଗରିକା ହୋଇଥିବା ଦରକାର। ବୟସ ୩୫ ବର୍ଷ କିମ୍ବା ସେଥିରୁ ଅଧିକ ହୋଇଥିବା ଦରକାର। ବ୍ୟକ୍ତି ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହେବା ପାଇଁ ଯୋଗ୍ୟ ହୋଇଥିବା ଉଚିତ୍। ସେ କୌଣସି ଲାଭଜନକ ପଦରେ ନଥିବେ। ଯଦି ବ୍ୟକ୍ତି ରାଜ୍ୟର ମନ୍ତ୍ରିପରିଷଦର ସଦସ୍ୟ କିମ୍ବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ହୋଇଥିବେ ତେବେ ତାକୁ ଲାଭଜନକ ପଦ ରୂପେ ବିବେଚନା କରାଯିବ ନାହିଁ। ଅର୍ଥାତ ଉକ୍ତ ବ୍ୟକ୍ତି ମନ୍ତ୍ରୀ ଥିଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ। ଏହି ସବୁ ଯୋଗ୍ୟତା ଥିଲେ ଯେ କେହି ବ୍ୟକ୍ତି ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ନାମାଙ୍କନ ଦାଖଲ କରି ପାରିବେ।

ରାଷ୍ଟ୍ରପତି ପଦ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ। ସେ ଦେଶର ସାମ୍ବିଧାନିକ ପ୍ରମୁଖ ହୋଇଥାନ୍ତି। ଏମିତି ଅନେକ ଶକ୍ତି ରହିଛି ଯାହା ଦେଶର ରାଷ୍ଟ୍ରପତିଙ୍କ ନିକଟରେ ରହିଥାଏ। କୌଣସି ବି ଆଇନ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ବିନା ତିଆରି ହୋଇ ପାରିବ ନାହିଁ। ରାଷ୍ଟ୍ରପତି କାହାରି ମୃତ୍ୟୁଦଣ୍ଡକୁ କ୍ଷମା ପ୍ରଦାନ ମଧ୍ୟ କରି ପାରିବେ। ଦେଶରେ କିମ୍ବା ରାଜ୍ୟରେ ଜରୁରୀକାଳୀନ ଲାଗୁ କରିବାର ଅଧିକାର କେବଳ ରାଷ୍ଟ୍ରପତିଙ୍କ ନିକଟରେ ରହିଥାଏ।

 

Get real time updates directly on you device, subscribe now.