fbpx

ଆପଣ ପ୍ଲାଟଫର୍ମ ଟିକେଟ ପାଇଁ ଧାଡ଼ିରେ ଛିଡ଼ା ହେଉଛନ୍ତି କି, ଏଣିକି ମୋବାଇଲରେ ଆରାମରେ କରନ୍ତୁ ବୁକିଂ

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସାଧାରଣତଃ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ ବା ଅସଂରକ୍ଷିତ ଟିକେଟ ପାଇଁ ରେଳ ଷ୍ଟେସନର କାଉଣ୍ଟର ଆଗରେ ଭିଡ଼ରେ ଲମ୍ବା ଲାଇନ୍ ଲଗାଇଥାନ୍ତି । ଏହା ଉଭୟ ସୁସ୍ଥ, ଅସୁସ୍ଥ, ପୁରୁଷ, ମହିଳା, ଶିଶୁ, ବୃଦ୍ଧଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଯାତ୍ରୀମାନେ ଏଣିକି ରେଳ ଯାତ୍ରା କରିବା ପୂର୍ବରୁ ନିଜ ମୋବାଇଲରେ ପ୍ଲାଟଫର୍ମ ଟିକେଟ ବୁକ୍ କରିପାରିବେ । ଫଳରେ ସେମାନଙ୍କର ପୂର୍ବ ପରି ଆଉ ଧାଡ଼ିରେ ଛିଡ଼ା ହେବାର ଟେନସନ୍ ରହିବ ନାହିଁ ।

ନିକଟରେ ରେଳ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର UTS ଆପ୍ ଲଞ୍ଚ କରାଯାଇଛି । ଏହି ଆପକୁ ଆପଣମାନେ ନିଜ ନିଜର ମୋବାଇଲରେ ଡାଉନଲୋଡ୍ କରି ଆବଶ୍ୟକ ପ୍ଲାଟଫର୍ମ ଟିକେଟ ସହ ଜେନେରାଲ୍ ଟିକେଟ୍ ମଧ୍ୟ ବୁକ୍ କରିପାରିବେ । ଏହାଫଳରେ ଯାତ୍ରୀଙ୍କର ସମୟ ଅପଚୟ ହେବ ନାହିଁ କି ଟେନସନ୍ ରହିବ ନାହିଁ । ତେବେ ଏହି ଆପରେ କିଛି ବିଶେଷତ୍ୱ ରହିଛି । ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ ଏଥିରେ ବୁକ୍ କରିପାରିବେ ନାହିଁ । ରେଳ ଲାଇନଠାରୁ ଅତି କମରେ ୨୦ ମିଟର ଦୂରରେ ରହି ଆପଣ ଅଣସଂରକ୍ଷିତ ଟିକେଟ୍ ବୁକ୍ କରିପାରିବେ । ଏହି ଆପ ବିଷୟରେ ଅଧିକାଂଶ ଲୋକଙ୍କୁ ଜଣା ନଥିବାରୁ ସେମାନେ ସାଧାରଣତଃ ଧାଡ଼ିରେ ଛିଡ଼ା ହେବାକୁ ବାଧ୍ୟ ହୋଇଥାନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଟିକେଟ୍ ବୁକ୍ କରିବା ପରେ ଆପଣ ଏହାକୁ ରଦ୍ଦ କରିପାରିବେ ନାହିଁ ।

Get real time updates directly on you device, subscribe now.