fbpx

Netflixରେ ଏବେ ମୁଭି ଦେଖିବା ସହିତ ଗେମ୍ ଖେଳିବାର ମଜା ଉଠାନ୍ତୁ, କମ୍ପାନୀ ଜାରି କଲା ନୂଆ ଫିଚର

ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ଆପଣମାନେ ଏଣିକି ଗେମ୍ ଖେଳି ମଜା ଉଠାଇ ପାରିବେ । ଏନେଇ କମ୍ପାନୀ ପକ୍ଷରୁ ଏକ ନୂଆ ଫିଚର ଲଞ୍ଚ କରାଯାଇଛି । ଏହି ଫିଚରକୁ ନେଇ ନେଟଫ୍ଲିକ୍ସ ବହୁ ପୂର୍ବରୁ କାର୍ଯ୍ୟ କରି ଆସୁଥିଲା । ଏଣିକି ସାରା ଦୁନିଆର ନେଟଫ୍ଲିକ୍ସ ୟୁଜର୍ସ ଗେମର ମଜା ଉଠାଇ ପାରିବେ । ୟୁଜର୍ସଙ୍କ ପାଇଁ ନେଟଫ୍ଲିକ୍ସରେ ଷ୍ଟ୍ରେଞ୍ଜର ଥିଙ୍ଗସ: ୧୯୮୪ (ବୋନସ ଏକ୍ସପି), ଷ୍ଟ୍ରେଞ୍ଜର ଥିଙ୍ଗସ ୩: ଦ ଗେମ (ବୋନସ୍ ଏକ୍ସପି), ଶୁଟିଂ ହୋପ୍ (ଫ୍ରୋଷ୍ଟି ପପ), କାର୍ଡ ବ୍ଲାଷ୍ଟ (ଆମୁଜୋ ଆଣ୍ଡ ରୋଗ ଗେମ୍ସ) ଓ ଟିଟର ଅପ୍ (ଫ୍ରୋଷ୍ଟି ପପ) ଆଦି ଗେମ୍ସ ଉପଲବ୍ଧ ରହିଛି ।

ବର୍ତ୍ତମାନ ନେଟଫ୍ଲିକ୍ସ ଏହି ମୋବାଇଲ ଗେମ୍ସକୁ ଆଣ୍ଡ୍ରଏଡ୍ ଡିଭାଇସରେ ଉପଲବ୍ଧ କରାଇଛି । ଏହି ଗେମ୍ସକୁ ଆଣ୍ଡ୍ରଏଡ୍ ଡିଭାଇସରେ ଡେଡିକେଟ ଗେମ୍ ଟ୍ୟାବରେ ପିକ୍ କରିପାରିବେ । ଟ୍ୟାବରେ ଗେମ ଖେଳିବା ପାଇଁ ଆପଣଙ୍କୁ କ୍ୟାଟେଗୋରି ମେନୁରେ ଗେମକୁ ସିଲେକ୍ଟ କରିବାକୁ ପଡ଼ିବ । ଏହାପରେ ସିଲେକ୍ଟଡ ଗେମକୁ ଗୁଗୁଲ ପ୍ଲେରୁ ଡାଉନଲୋଡ୍ କରିବାକୁ ପଡ଼ିବ । ଥରେ ଏହା ଡାଉନଲୋଡ୍ ହୋଇଗଲା ପରେ ଗେମକୁ ନେଟଫ୍ଲିକ୍ସ ଆପରୁ ସିଧାସଳଖ ଆକ୍ସେସ କରାଯାଇ ପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.