fbpx

ଛୋଟ ପିଲାଙ୍କର ହାଇଟ୍ ବଢ଼ିବ କିପରି: ୫ଟି ଫୁଡ୍ ସେବନ କଲେ ଆପଣଙ୍କର ସନ୍ତାନର ଶାରୀରିକ ବିକାଶ ହେବ ଓ ଉଚ୍ଚତା ମଧ୍ୟ ବୃଦ୍ଧି ହେବ

AAKASH

ନୂଆଦିଲ୍ଲୀ: ସାଧାରଣ ଭାବେ ଖରାପ ଡାଏଟ୍ ଓ ଅନିୟନ୍ତ୍ରିତ ଲାଇଫଷ୍ଟାଇଲ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଆଜିକାଲି ଅଧିକାଂଶ ପିଲା ଦିନରାତି ମୋବାଇଲରେ ବ୍ୟସ୍ତ ରହୁଥିବା ଦେଖାଯାଉଛି । ତେବେ ଏହି କୁଅଭ୍ୟାସ କାରଣରୁ ପିଲାମାନେ ଖାଇବା, ପିଇବା ଭୁଲି ଯାଉଛନ୍ତି । ଅନେକ ପିଲା ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗେମ୍ ଖେଳିବା ସହିତ ଖାଇବାକୁ ଅଣଦେଖା କରିଥାନ୍ତି । ତେବେ ଏଭଳି ସ୍ଥିତିରେ ପିଲାଙ୍କ ଡାଏଟରେ ପୋଷକ ତତ୍ତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ ।

ଖରାପ ଡାଏଟ କାରଣରୁ ପିଲାମାନଙ୍କର ଶାରୀରିକ ଅଭିବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ତେଣୁ ଅଧିକାଂଶ ପିତାମାତା ସେମାନଙ୍କର ସନ୍ତାନମାନଙ୍କର ଅଳ୍ପ ଉଚ୍ଚତାକୁ ନେଇ ବେଶ୍ ଚିନ୍ତାରେ ରହିଥାନ୍ତି । ବୟସ ଅନୁଯାୟୀ ହାଇଟ୍ ନ ବଢ଼ିଲେ ଅଭିଭାବକଙ୍କ ଟେନସନ୍ ବଢ଼ିଯାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ହ୍ୟୁମାନ ଗ୍ରୋଥ ପାଇଁ ହରମୋନର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହ୍ୟୁମାନ ଗ୍ରୋଥ ହରମୋନ (ଏଚଜିଏଚ ପିଟୁଇଟାରୀ ଗ୍ଲାଣ୍ଡରୁ ନିର୍ଗତ ହୋଇଥାଏ ଓ ତାହା ଆମର ହାଇଟକୁ ବୃଦ୍ଧି କରିଥାଏ । ମାତ୍ର ଡାଏଟରେ ପୋକଷ ତତ୍ତ୍ୱର ଅଭାବ ହେଲେ ଶିଶୁଙ୍କର ଶାରୀରିକ ବିକାଶ ଅଟକି ଯାଇଥାଏ ।

ଡାକ୍ତରଙ୍କ ମତରେ, ଶିଶୁଙ୍କ ହାଇଟ୍ ବଢ଼ାଇବା ପାଇଁ ଡାଏଟରେ କିଛି ଫୁଡକୁ ସାମିଲ କରିବା ଆବଶ୍ୟକ । ଶିଶୁଙ୍କୁ ନିୟମିତ କ୍ଷୀର ପିଇବାକୁ ଦେଲେ ତାହା ସେମାନଙ୍କର ହାଡ଼କୁ ମଜବୁତ କରିବା ସହିତ ଶରୀରର ବିକାଶ ହେବ ଓ ଉଚ୍ଚତା ବଢ଼ିବ । କ୍ଷୀରରେ ପ୍ରୋବାୟୋଟିକ ରହିଥିବାରୁ ତାହା ପାଚନକୁ ଠିକ୍ ରଖିଥାଏ । ଏଥିସହିତ ପିଲାଙ୍କୁ ଦହି ଓ ପନିର ମଧ୍ୟ ଦେବା ଆବଶ୍ୟକ । ଏଥିସହିତ ଶିଶୁଙ୍କୁ ଗୁଡ଼ ଓ ମହୁ ମଧ୍ୟ ଖାଇବାକୁ ଦେବା ଆବଶ୍ୟକ । ଏହାଦ୍ୱାରା ଶିଶୁଙ୍କ ଶରୀରର ବିକାଶ ହେବା ସହ ବଡି ମଜବୁତ ରହିବ । ଆପଣମାନେ ଶୁଗର ବଦରେ ଗୁଡ଼ର ବ୍ୟବହାର କରି ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ । ମହୁ ଏକ ପ୍ରାକୃତିକ ମିଠା ହୋଇଥିବା ବେଳେ ସେଥିରେ ୭୨ ପ୍ରତିଶତ ପାଣି ଓ ଅବଶିଷ୍ଟ କାର୍ବୋହାଇଡ୍ରେଟ ରହିଥାଏ । ଏହାକୁ ସେବନ କଲେ ଓଜନ ଓ ଉଚ୍ଚତା ବଢ଼ିଥାଏ । ବ୍ରେଡରେ ହନି ଲଗାଇ ଶିଶୁଙ୍କୁ ଖାଇବାକୁ ଦେଇ ପାରିବେ ।

Get real time updates directly on you device, subscribe now.