fbpx

SBI ଗ୍ରାହକଙ୍କ ପାଇଁ ସହଜ ହେଲା ବ୍ୟାଙ୍କିଂ ସେବା; ଏହି ଟୋଲ ଫ୍ରି ନମ୍ବରରେ ମିଳିବ ସବୁ ସେବା

Advertisement

ନୂଆଦିଲ୍ଲୀ: ଇଣ୍ଟରନେଟ୍ ମନୁଷ୍ୟ ଜୀବନକୁ ସରଳ କରିଦେଇଛି । ମୋବାଇଲ ଯୋଗୁଁ ହାତମୁଠାରେ ସଂପୂର୍ଣ୍ଣ ଦୁନିଆ । ଏମିତି ଅନେକ କାମ ରହିଛି ଯାହା ଆପଣ ଘରେ ବସି ଚୁଟକୀରେ କରିପାରିବେ ଯେଉଁଥିପାଇଁ ପୂର୍ବରୁ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଥିଲା । ବ୍ୟାଙ୍କିଂ ଦୁନିଆ ମଧ୍ୟ ଏବେ ନିଜର ପକେଟରେ ରହିଛି । ଅନଲାଇନ ସିଷ୍ଟମ ଦ୍ୱାରା ଗ୍ରାହକଙ୍କୁ ଫାଇଦା ମିଳୁଛି । ଏହାଦ୍ୱାରା ବ୍ୟାଙ୍କର କାମ ମଧ୍ୟ ହାଲୁକା ହୋଇଛି ।

ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ନିଜ ଗ୍ରାହକଙ୍କୁ ମୋବଇଲରେ ହିଁ ଅନେକ ସେବା ପ୍ରଦାନ କରୁଛି । ଗ୍ରାହକ ଘରେ ବସି କେବଳ ଏକ ଫୋନ କଲରେ ଅନେକ ସେବା ପାଇପାରିବେ । ଫୋନ କଲରେ ସେବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୧୮୦୦-୧୨୩୪ ଟୋଲ ଫ୍ରି ନମ୍ବର ଜାରିକରିଛି ।

ଏସବିଆଇର ଏହି  ଫୋନ କଲ ସେବା ଦ୍ୱାରା ଆପଣ ଆପଣଙ୍କର ଶେଷ ୫ ଟ୍ରାନ୍ଜାକ୍ସନ ବିଷୟରେ ଜାଣିପାରିବେ । ଆକାଉଣ୍ଟ ବାଲାନ୍ସ ଜାଣିପାରିବେ । ଏହି ନମ୍ବରରେ ମେସେଜ କରି ଷ୍ଟେଟମେଣ୍ଟ ମଧ୍ୟ ପାଇପାରିବେ । ଏହା ସହ ଏଟିଏମ କାର୍ଡ ପୁଣିଥରେ ଇସ୍ୟୁ କରାଇପାରିବେ କିମ୍ବା ବର୍ତ୍ତମାନର ଏଟିଏମ କାର୍ଡକୁ ବ୍ଲକ କରିପାରିବେ । ଏହି ଟୋଲ ଫ୍ରି ନମ୍ବର ଦ୍ୱାରା ଏଟିଏମ ପିନ ମଧ୍ୟ ପ୍ରସ୍ତୁତ କରିପାରିବେ । ଏଟିଏମ କାର୍ଡ ବ୍ଲକ କରିବା ପରେ ନୂଆ ଏଟିଏମ କାର୍ଡ ପାଇଁ ମଧ୍ୟ ଏହି ନମ୍ବରରୁ ସାହଯ୍ୟ ନେଇପାରିବେ । ଏସବିଆଇର କହିବା ଅପୁଯାୟୀ ଏହି କଲ ସେବା ଗ୍ରାହକଙ୍କୁ କାହାର ବି ସମ୍ପର୍କକୁ ଆସିବା ବିନା ଏହି କାମ ସବୁ କରିହେବ ।

ସେପଟେ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କୁ ଆଲର୍ଟ ମଧ୍ୟ କରିଛି ଠକେଇ ଠାରୁ ସବୁବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି । ବ୍ୟାଙ୍କ କିମ୍ବା ବ୍ୟାଙ୍କର କୌଣସି କର୍ମଚାରୀ କେବେବି ଆପଣଙ୍କୁ ଆପଣଙ୍କ ତଥ୍ୟ ମାଗିନଥାନ୍ତି କିନ୍ତୁ ଯଦି କେହି ବ୍ୟାଙ୍କ ନାଁ ନେଇ ଆପଣଙ୍କୁ ତଥ୍ୟ ମାଗୁଛି ତେବେ ସତର୍କ ରୁହନ୍ତୁ ତାଙ୍କୁ ଆପଣଙ୍କ ତଥ୍ୟ ଦିଅନ୍ତୁ ନାହିଁ । ଏଟିଏମ ପିନ୍, ଇଣ୍ଟରନେଟ ବ୍ୟାଙ୍କିଂ ତଥ୍ୟ, ଏସଏମଏସ ଓଟିପି ଆଦି କାହ ସହ ସେୟାର କରନ୍ତୁନାହିଁ । ଅଜଣା ଲିଙ୍କରେ କ୍ଲିକ କରନ୍ତୁ ନାହିଁ ।

 

Get real time updates directly on you device, subscribe now.