fbpx
BSKY SKY
BSKY SKY

ବର୍ଗର ଖାଇଲେ ମିଳିବ ୨ ଲକ୍ଷ ଟଙ୍କାର ପୁରସ୍କାର! ସର୍ତ୍ତ ମାନିବାକୁ ପଡ଼ିବ, ଇନଷ୍ଟାଗ୍ରାମ ଆକାଉଣ୍ଟ ଜରୁରୀ

BSKY

ନୂଆଦିଲ୍ଲୀ: ଆପଣଙ୍କର ଯଦି ବର୍ଗର ଖାଇବାର ସଉକ ଅଛି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଅଫର ଆସିଛି । ପ୍ରସିଦ୍ଧ ଖାଦ୍ୟ ଚେନ ଫ୍ଲେମିଂ ଗ୍ରିଲସ ତରଫରୁ ଏକ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତା ମାଧ୍ୟମରେ ଆପଣମାନେ ବର୍ଗର ଖାଇବା ସହିତ ୨ ଲକ୍ଷ ଟଙ୍କାର ପୁରସ୍କାର ଜିତିବାର ସୁଯୋଗ ରହିଛି । ଏହି ଅଫର ପାଇବାକୁ ହେଲେ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିବ ।

ଆଜିକାଲି ଅଧିକାଂଶ ଲୋକ ଫାଷ୍ଟଫୁଡ୍ ଉପରେ ବେଶି ଧ୍ୟାନ ଦେଉଛନ୍ତି । ହେଲଦି ଫୁଡକୁ ଲୋକମାନେ ପସନ୍ଦ କରୁନାହାନ୍ତି । ଫଳରେ ଏବେ ମାର୍କେଟରେ ପିଜ୍ଜା, ବର୍ଗର ପରି ଫାଷ୍ଟ ଫୁଡର ଜମାନା ଚାଲିଛି । କିଛି ସ୍ଥାନରେ ଏହି ଖାଦ୍ୟର ଦାମ୍ କମ୍ ରହିଥିବା ବେଳେ ଆଉ କିଛି ସ୍ଥାନରେ ହାଇ ରେଟ୍ ରହିଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି, କମ୍ପାନୀ ଆପଣଙ୍କୁ ୨ ଲକ୍ଷ ଟଙ୍କା କ’ଣ ପାଇ ଦେବ?

ବାସ୍ତବ କଥା ହେଉଛି, ଆପଣଙ୍କୁ କେବଳ ବର୍ଗରର ନାମକରଣ କରିବାକୁ ପଡ଼ିବ । ଏହା ବଦଳରେ ଆପଣଙ୍କୁ ମୋଟା ଅଙ୍କର ପୁରସ୍କାର ମିଳିବ । ଏହି ଅଫର ସୀମିତ ସମୟ ପାଇଁ ରହିଛି । କମ୍ପାନୀ ନିଜର ସିଗ୍ନେଚର ବର୍ଗରର ନାମ ବଦଳାଇବାକୁ ଚାହୁଁଛି । ଏବେ ସିଗ୍ନେଚର ବର୍ଗରର ନାମ ଷ୍ଟିଙ୍ଗର ବର୍ଗର ରହିଥିବା ବେଳେ ଆପଣ କମ୍ପାନୀ ସାଇଟକୁ ଯାଇ ଏକ ଭଲ ନାମ ଏଣ୍ଟ୍ରି କରିପାରିବେ । କମ୍ପାନୀ ଯେଉଁ ନାମକୁ ବାଛିବ ସେଇ ନାମ ଏଣ୍ଟ୍ରି କରିଥିବା ବ୍ୟକ୍ତିଙ୍କୁ ଧାର୍ଯ୍ୟ ପୁରସ୍କାର ରାଶି ମିଳିବ । ଏଥିପାଇଁ ଆପଣଙ୍କୁ ଇନଷ୍ଟାଗ୍ରାମକୁ ଯାଇ ଫ୍ଲେମିଂ ଗ୍ରିଲସକୁ ଫଲୋ କରିବାକୁ ପଡ଼ିବ । ଏହାପରେ ଷ୍ଟିଙ୍ଗର ବର୍ଗର ପୋଷ୍ଟକୁ ଯାଇ କମେଣ୍ଟ ବକ୍ସରେ ନୂଆ ବର୍ଗରର ନାମ ଲେଖି ପାରିବେ ।

Get real time updates directly on you device, subscribe now.