fbpx

ଏହି ୫ଟି କାରଣ ପାଇଁ ଆପଣଙ୍କୁ ଆସିପାରେ ଇନକମ ଟ୍ୟାକ୍ସର ନୋଟିସ, ଦେବାକୁ ପଡିବ ଉତ୍ତର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ବର୍ତ୍ତମାନ ସରିବାକୁ ଯାଉଛି ଏବଂ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ତାରିଖ ମଧ୍ୟ ପାଖେଇ ପାଖେଇ ଆସୁଛି । ଦେଶର ଅର୍ଥନୀତିକୁ ଗତି କରିବା ପାଇଁ ଟ୍ୟାକ୍ସପେୟର୍ସର ବଡ଼ ଯୋଗଦାନ ରହିଛି । ଇନକମ ଟ୍ୟାକ୍ସ ବଞ୍ଚାଇବା ପାଇଁ ଟ୍ୟାକ୍ସପେୟର୍ସ ବହୁ କିଛି ଉପାୟ ଅବଲମ୍ବନ କରିବାକୁ ଚାହୁଁଛି । ସରକାର ମଧ୍ୟ ଟ୍ୟାକ୍ସ ଡିଡକ୍ସନ ପାଇଁ ବହୁ କିଛି ସ୍କିମ ଚଳାଉଛନ୍ତି ।

ଟ୍ୟାକ୍ସ ପେୟାର୍ସର ରିଟର୍ଣ୍ଣ ଦାଖଲ କରିବା ସମୟରେ ନିଜର ସମସ୍ତ ପ୍ରକାର ନିବେଶର ସୂଚନା ଦେବାକୁ ପଡିଥାଏ । ଯଦି କେହି ଟ୍ୟାକ୍ସପେୟାର୍ସର ଭୁଲ ସୂଚନା ଦେଇଥାଏ ତେବେ ତା ପାଇଁ ଅସୁବିଧା ଠିଆ ହୋଇପାରେ । ସାଧାରଣତଃ ଲୋକମାନେ ଏପରି କିଛି ଭୁଲ କରିଦିଅନ୍ତି, ଯାହାପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି କୌଣସି ଟ୍ୟାକ୍ସପେୟାର୍ସ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମରେ ଭୁଲ ସୂଚନା ଦେଇଥାଏ ତେବେ ଆୟକର ବିଭାଗ ତାକୁ ଅଲଗା ଅଲଗା ଆକ୍ଟ ଦ୍ୱାରା ନୋଟିସ ପଠାଇଥାଏ । ଆଇଟିଆରର ଦୁଇଟି ସ୍କୁଟିନି ପ୍ରୋସେସ ଥାଏ, ମାନୁଆଲ ଏବଂ କମ୍ପଲସରୀ । କିଛି କଥାକୁ ଧ୍ୟାନରେ ରଖି ଏହି ଭୁଲରୁ ବଞ୍ଚିଯାଇ ପାରିବ ।

-ଇନକମ ଟ୍ୟାକ୍ସ ବିଭାଗ ବହୁ କିଛି ଥର ଆଇଟିଆର ଦାଖଲ ନ କରିବା ପାଇଁ ଟ୍ୟାକ୍ସ ପେୟାର୍ସକୁ ନୋଟିସ ପଠାଇଥାଏ । ଯଦି ଆପଣ ଟ୍ୟାକ୍ସ ସ୍ଲାବରେ ଆସୁଛନ୍ତି । ତେବେ ଆଇଟିଆର ଭରିବା ଅନିବାର୍ଯ୍ୟ ଅଟେ । ମନେକର ଆପଣ ଜଣେ ଭାରତୀୟ ନାଗରିକ, ହେଲେ ଆପଣ ବିଦେଶୀ ସଂପତ୍ତିର ମାଲିକ ତେବେ ଆପଣଙ୍କୁ ଏହି ପରିସ୍ଥିତିରେ ଆଇଟିଆର ଭରିବାକୁ ପଡିବ । ନଚେତ ଆପଣଙ୍କୁ ଇନକମ ଟ୍ୟାକ୍ସ ବିଭାଗ ନୋଟିସ ପଠାଇପାରେ ।

-ଆଇଟିଆର ଭରିବା ସମୟରେ ଆପଣଙ୍କୁ ଟିଡିଏସକୁ ସାବଧାନତାର ସହ ଭରିବାକୁ ପଡିବ । ଯଦି ଭରାଯାଇଥିବା ଟିଡିଏସ ଏବଂ ଯେଉଁଠାରେ ତାହା ଜମା ହୋଇଥିବ, ସେଥିରେ ଅନ୍ତର ଦେଖାଯାଏ ତେବେ ଆୟକର ବିଭାଗ ତରଫରୁ ଆପଣଙ୍କୁ ନୋଟିସ ଆସିପାରେ । ସେଥିପାଇଁ ଆଇଟିଆର ଭରିବା ପୂର୍ବରୁ ଆପଣଙ୍କୁ ଜାଣିବାକୁ ପଡିବ ଯେ, ଆପଣଙ୍କ ଟିଡିଏସ କେତେ କଟିଛି ।
ଏକ ଆର୍ଥିକ ବର୍ଷ ଆପଣ କେତେ ରୋଜଗାର କରିଛନ୍ତି ତାହା ଆପଣଙ୍କୁ ଆଇଟିଆରକୁ କହିବାକୁ ପଡିବ । ଏହାସହ ନିବେଶର ସୂଚନା ମଧ୍ୟ ଦେବାକୁ ପଡିଥାଏ । ଏଥିରେ ଆପଣ ଯଦି ନିବେଶର ରୋଜଗାରକୁ ଲୁଚାଉଛନ୍ତି ତେବେ ଆପଣଙ୍କୁ ନୋଟିସ ଆସିପାରେ । ନୋଟିସରୁ ବଞ୍ଚିବା ପାଇଁ ନିଜ ବ୍ୟାଙ୍କ ସୁଧର ଷ୍ଟେଟମେଣ୍ଟ ମଗାନ୍ତୁ ଏବଂ ତାକୁ ଆଇଟିଆରରେ ପକାଇ ଦିଅନ୍ତୁ ।

-ଯଦି ଆପଣ କିଛି ହାଇ ଭାଲ୍ୟୁ ଟ୍ରାଂଜାକସନ କରୁଛନ୍ତି । ଯାହା ସାଧାରଣତଃ ଆପଣଙ୍କ ନର୍ମାଲ ଟ୍ରାଞ୍ଜାକସନରୁ ଭିନ୍ନ ହୋଇଥାଏ । ସେତେବେଳେ ଆୟକର ବିଭାଗର ନୋଟିସ ଆପଣଙ୍କୁ ଆସିପାରେ । ମାନିନିଅନ୍ତୁ ଆପଣଙ୍କ ପାଖେ ଛଅ ଲକ୍ଷ ଟଙ୍କା ଅଛି । ହେଲେ ଆପଣଙ୍କ ଖାତାରେ ଏକ ବର୍ଷରେ ୧୫ଲକ୍ଷ ଟଙ୍କା ଜମା ହେଉଛି । ତେବେ ଏଥିରେ ଇନକମ ଟ୍ୟାକ୍ସ ବିଭାଗ ଏହାର ଜାଂଚ କରିବ ।

-ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ସମୟରେ ବହୁବାର ଲୋକମାନଙ୍କ ଦ୍ୱାରା ଭୁଲ ହୋଇଯାଏ । ଲୋକ ଏକ ଜରୁରୀ ଡିଟେଲ୍ସ ଭରିବା ଭୁଲି ଯାଆନ୍ତି । ଯଦି ଏପରି ହେଉଛି ତେବେ ଆୟକର ବିଭାଗ ନୋଟିସ ପଠାଇପାରେ ।

Get real time updates directly on you device, subscribe now.