fbpx

ଫେସବୁକରେ ଆପଣ ପ୍ରତିଦିନ ଫଟୋ-ଭିଡିଓ ଦେଖନ୍ତି…ଜାଣନ୍ତୁ ଏହିସବୁରୁ କମ୍ପାନୀ କେତେ ରୋଜଗାର କରିଥାଏ?

ନୂଆଦିଲ୍ଲୀ: ବର୍ତ୍ତମାନ ଫେସବୁକ୍ ପ୍ରାୟତଃ ସମସ୍ତଙ୍କ ସ୍ମାର୍ଟଫୋନରେ ଏକ କମନ୍ ଆପ୍ କହିଲେ ଚଳେ । କାରଣ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁ ମାନେ ଫେସବୁକ୍ ବ୍ୟବହାର କରୁନାହାନ୍ତି । ଆଜିକା ସମୟରେ ଫେସବୁକ୍ ହେଉଛି ସବୁଠାରୁ ଲୋକପ୍ରିୟ । ଏଥିରେ ଅଧିକାଂଶ ଲୋକ ଭିଡିଓ ଏବଂ ଫଟୋ ଦେଖିଥାନ୍ତି । ଏହା ବ୍ୟତୀତ ଅନେକଙ୍କ ଫଟୋକୁ ଲାଇକ୍ ଓ ସେୟାର୍ କରିଥାନ୍ତି । ହେଲେ କଣ ଆପଣ ଜାଣନ୍ତି କି ଆପଣ ଯେତେ ଅଧିକ ସମୟ ଫେସବୁକ୍ ରେ ବିତାଉଛନ୍ତି ସେତେ ଅଧିକ ଫେସବୁକ୍ କମ୍ପାନୀକୁ ଫାଇଦା ହୋଇଥାଏ । ଫେସବୁକ୍ ରେ ଆପଣଙ୍କ ଟାଇମ୍ ପାସ୍ ଦ୍ୱାରା କମ୍ପାନୀକୁ କୋଟି କୋଟି ଟଙ୍କାର ଲାଭ ହୋଇଥାଏ । ତେବେ ଆଜି ଏହି ଖବର ଜରିଆରେ ଜାଣିବା ଫେସବୁକ୍ ଚଲାଇବା ଦ୍ୱାରା କମ୍ପାନୀକୁ କଣ କଣ ଫାଇଦା ହୋଇଥାଏ? ଆପଣଙ୍କ ପରି ଆଉ କେତେ ସଂଖ୍ୟାରେ ଲୋକ ଫେସବୁକ୍ ବ୍ୟବହାର କରିଥାନ୍ତି ।

ଫେସବୁକ୍ ଆପ୍ କୁ ଦୁନିଆରେ ପ୍ରାୟ ୨୯୧ କୋଟି ୟୁଜର୍ ବ୍ୟବହାର କରନ୍ତି । ତେବେ ଏହି ତଥ୍ୟ ୨୦୨୧ ଜୁଲାଇ-ସେପ୍ଟେମ୍ବର ମାସର । ଜାନୁଆରୀ-ମାର୍ଚ୍ଚ ମାସରେ ଫେସବୁକ୍ ବ୍ୟବହାରକାରୀ ସଂଖ୍ୟା ୨୮୫ କୋଟି ରହିଥିଲେ । ତେବେ ଯଦି ଭାରତ କଥା କହିବା ତେବେ ଦେଶରେ ୩୪ କୋଟି ୟୁଜର୍ ରହିଛନ୍ତି । ଖାସ୍ କଥା ହେଉଛି ଭାରତରେ ସର୍ବାଧିକ ଫେସବୁକ୍ ବ୍ୟବହାରକାରୀ ରହିଛନ୍ତି । ଏହି କ୍ରମରେ ଆମେରିକାରେ ୨୦ କୋଟି, ମେକ୍ସିକୋ ୯.୮ କୋଟି, ବ୍ରାଜିଲ୍ ରେ ୧୩ କୋଟି ଏବଂ ଇଣ୍ଡୋନେସିଆରେ ୧୪ କୋଟି ୟୁଜର୍ ରହିଛନ୍ତି ।

ଫେସବୁକ୍ ର ଆୟ ସମ୍ପର୍କରେ ଯଦି ଆଲୋଚନା କରିବା ତେବେ ଫେସବୁକ୍ ନିକଟରେ ୨.୧ ଲକ୍ଷ କୋଟି ଟଙ୍କା ରେଭିନ୍ୟୁ ମିଳିଛି । ଏହି ଡାଟା ଜୁଲାଇରୁ ସେପ୍ଟେମ୍ବର ମାସ ଅବଧିର ହୋଇଥିବା ବେଳେ ଫେସବୁକ୍ କୁ ୨.୧ ଲକ୍ଷ ରେଭିନ୍ୟୁ ମିଳିଛି । ଏଥିରେ ସର୍ବାଧିକ ଟଙ୍କା ଅର୍ଥାତ୍ ୯୮ ପ୍ରତିଶତ ଟଙ୍କା ବିଜ୍ଞାପନରୁ ହିଁ ଆସିଥାଏ । ମୋଟ ଉପରେ ଯଦି ହିସାବ କରିବା ତେବେ ଜଣେ ୟୁଜର୍ ୩୩ ମିନିଟ୍ ଫେସବୁକ୍ ରେ ବିତାଇଥାଏ । ଏଥିରେ ୪୩.୬ ପ୍ରତିଶତ ମହିଳା ରହିଥିବା ବେଳେ ୫୬.୪ ପ୍ରତିଶତ ପୁରୁଷ ରହିଛନ୍ତି ।

Get real time updates directly on you device, subscribe now.