fbpx

ଖୁସି କରିଦେବ ଜାତିସଂଘର ତାଜା ରିପୋର୍ଟ, ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ରେଟିଂ ଏଜେନ୍ସୀ, ଆଇଏମଏଫ୍ ଓ ବିଶ୍ୱବ୍ୟାଙ୍କ ମୋହର ମାରିଥିଲା କିନ୍ତୁ ଏବେ ପୁରା ଦୁନିଆ ଭାରତ ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଛି ବୋଲି ମୋହର ମାରିଛି । ବିଶ୍ୱର ୧୯୩ ଦେଶକୁ ନେଇ ଗଢି ଉଠିଥିବା ସଂଗଠନ ଜାତିସଂଘ ବି କହି ଦେଇଛି କି ଭାରତର ଗତି ଆମ ଚିନ୍ତାଧାରା ଠାରୁ ବି ଆଗରେ । ବର୍ଷ ୨୦୨୪ରେ ଭାରତର ବିକାଶ ହାର ପୂର୍ବରୁ ଲଗାଯାଇଥିବା ଅନୁମାନ ଠାରୁ ବି ଆଗକୁ ୁଟପିିଯିବ । ଜାତିସଂଘ ବି ଭାରତର ବିକାଶ ହାର ଅନୁମାନକୁ ବଢାଇ ଦେଇଛି । ଏହା ପୁଣି ୧ କି ୨ ପଏଣ୍ଟ ନୁହେଁ ପୁରା ୦.୭ ପଏଣ୍ଟ ।

ଜାତିସଂଘ ଭାରତର ବିକାଶ ହାର ବୃଦ୍ଧି ପଛରେ ୨ ସବୁଠାରୁ ବଡ କାରଣ କହିଛି । ଗୋଟିଏ ହେଉଛି ସରକାରଙ୍କ ପକ୍ଷରୁ ଲଗାତର ବୃଦ୍ଧି ପାଉଥିବା ନିବେଶ ଓ ଦ୍ୱିତୀୟ ପ୍ରଡକ୍ଟ ସେକ୍ଟରରେ ବିନିଯୋଗ । ଜାତିସଂଘ ବର୍ଷ ୨୦୨୪ ମଧ୍ୟଭାଗରେ ଆର୍ଥିକ ସ୍ଥିତି ଓ ସମ୍ଭାବନା(WESP) ଶୀର୍ଷକ ରିପୋର୍ଟରେ କହିଛି ୨୦୨୪ରେ ଭାରତର ଅର୍ଥବ୍ୟବସ୍ଥା ୬.୯% ଓ ୨୦୨୫ରେ ୬.୬% ହାରରେ ଆଗକୁ ବଢିବ । ଏହାର ମୁଖ୍ୟ କାରଣ ସରକାରଙ୍କ ଭାରି ନିବେଶ ଓ ଘରୋଇ ଖର୍ଚ୍ଚ ବୃଦ୍ଧି । ବାହାରେ ଅର୍ଥାତ୍ ବିଶ୍ୱରେ ଚାହିଦା ବୃଦ୍ଧି ଭାରତର ରପ୍ତାନୀରେ ବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିଛି । ଆଗାମୀ ଦିନରେ ଫାର୍ମା ଓ କେମିକାଲ ସେକ୍ଟରରେ ରପ୍ତାନୀ ବଢିବାର ବହୁତ ସମ୍ଭାବନା ରହିଛି ।

ଜାତିସଂଘ କହିଛି ୨୦୨୪ରେ ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହାର ୨.୭% ରହିବ ଯାହା ପୂର୍ବରୁ ୨.୪% ରହିବ ବୋଲି ଅନୁମାନ ଲଗାଯାଇଥିଲା । ଏହି ସମୟରେ ଆମେରିକା ଅର୍ଥବ୍ୟବସ୍ଥା ୨୦୨୪ରେ ୨,୩% ହାରରେ ବୃଦ୍ଧି ଘଟିବ । ସେହିପରି ଚୀନ୍ ଅର୍ଥବ୍ୟବସ୍ଥା ୨୦୨୪ରେ ୪.୮% ଓ ୨୦୨୫ରେ ୫.୨% ବିକାଶ ହାର ହାସଲ କରିବ ।

Get real time updates directly on you device, subscribe now.