fbpx

ଅଫିସରେ ବ୍ୟକ୍ତିଗତ କାମ ପାଇଁ ମୋବାଇଲ ବ୍ୟବହାର କଲେ ଚାକିରି ଚାଲିଯିବ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆପଣ ନିଜର ବ୍ୟକ୍ତିଗତ କାମ ପାଇଁ ଅଫିସରେ ମୋବାଇଲ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଆପଣ ନିଜର ଚାକିରି ହରାଇ ପାରନ୍ତି । ନିକଟରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ବିଚାର କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ସରକାରୀ କର୍ମଚାରୀଙ୍କ ୟାଚିକା ଉପରେ ଶୁଣାଣି କରି ଏପରି ଆଦେଶ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ଜଣେ ମହିଳା ସରକାରୀ ଦପ୍ତରରେ କାର୍ଯ୍ୟ କରିବା ସମୟରେ ମୋବାଇଲର ବ୍ୟବହାର କରିଥିବା ଜଣାପଡ଼ିଥିଲା । ଏହି କାରଣକୁ ନେଇ ବିଭାଗ ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଦିଆଯାଇଥିଲା । ଏହାକୁ ବିରୋଧ କରି ମହିଳା ଜଣଙ୍କ ଅଦାଲତରେ ୟାଚିକା ଦାୟର କରିବା ସହ ବିଭାଗର ଆଦେଶକୁ ରଦ୍ଦ କରିବାକୁ ଦାବି କରିଥିଲେ । ତେବେ ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସଏମ ସୁବ୍ରମଣ୍ୟମ ଉକ୍ତ ମହିଳାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

ଆଜିକାଲି ସରକାରୀ କର୍ମଚାରୀମାନେ ଅଫିସରେ ମୋବାଇଲ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଗଲାଣି, ମାତ୍ର ଏହା ଠିକ୍ ନୁହେଁ । ତେଣୁ ଅଦାଲତ ୟାଚିକା ଦାୟର କରିଥିବା ମହିଳା କର୍ମଚାରୀଙ୍କୁ ରାହତ ଦେବା ପାଇଁ ଅଗ୍ରାହ୍ୟ କରିଥିଲେ । ଏଥିସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ମାମଲାର ବିସ୍ତୃତ ରିପୋର୍ଟ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ । ତା’ପରେ କୋର୍ଟ ଏହାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.