fbpx

ଫୋଷ୍ଟ ଅଫିସର ଏହି ଯୋଜନାରେ ମିଳିବ ଲକ୍ଷ ଲକ୍ଷ ଟଙ୍କାର ସୁଧ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମରେ ଲୋକଙ୍କୁ କେବଳ ସୁଧରୁ ହିଁ ଲକ୍ଷ ଲକ୍ଷ ଟଙ୍କା ଲାଭ ମିଳିଥାଏ । ଏହାର ପୂରା ହିସାବ ବିଷୟରେ ଜାଣନ୍ତୁ । ଅନେକ ଲୋକଙ୍କ ଭିବିଷ୍ୟତ ପାଇଁ ନିବେଶର ପ୍ଲାନିଙ୍ଗ କରନ୍ତି । ଏଥିରେ ଲୋକଙ୍କୁ ଭିନ୍ନ-ଭିନ୍ନ ଯୋଜନାରେ ନିବେଶ କରନ୍ତି । ଯେଉଁଥିରେ ସେମାନଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ ।

ଅନେକ ଲୋକେ ଷ୍ଟକ୍ସରେ ନିବେଶ କରିଥାଆନ୍ତି । ଅନେକ ଲୋକେ ମ୍ୟୁଚୁଆଲ ଫଣ୍ଡସରେ ନିବେଶ କରନ୍ତି । ଅନେକ ସଂପତ୍ତିରେ ନିବେଶ କରନ୍ତି । ଅନ୍ୟ କେତେକ ସେଭିଙ୍ଗସ ଯୋଜନାରେ ନିବେଶ କରନ୍ତି ।ଭାରତ ସରକାର ମଧ୍ୟ ଲୋକଙ୍କ ପାଇଁ ଅନେକ ଭଲ ସେଭିଙ୍ଗ ସ୍କିମ ଆଣିଛନ୍ତି । ଏଥିରେ ଏକ ପୋଷ୍ଟ ଅଫିସର ସ୍କିମ ଅଟେ । ଯେଉଁଥିରେ ଅନେକ ଭଲ ରିଟର୍ଣ୍ଣ ମିଳିଥାଏ । ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମରେ ଲୋକଙ୍କୁ କେବଳ ସୁଧରେ ଲକ୍ଷ ଲକ୍ଷ ଟଙ୍କା ମିଳିଥାଏ । ଏଥିରେ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିଥାଏ ।

ଏହି ଯୋଜନାରେ ଆପଣ ୧ ବର୍ଷ, ୨ ବର୍ଷ, ୩ବର୍ଷ ଏବଂ ୫ ବର୍ଷ ପାଇଁ ଆପଣଙ୍କୁ ୬.୯ ପ୍ରତିଶତର ସୁଧ ମିଳିଥାଏ ୨ ଏବଂ ୩ ବର୍ଷର ୭ ପ୍ରତିଶତ, ୫ ବର୍ଷର ନିବେଶରେ ୭.୫ ପ୍ରତିଶତର ସୁଧ ମିଳିଥାଏ । ଯଦି ଆପଣ ୫ ବର୍ଷ ପାଇଁ ୫ ଲକ୍ଷର ନିବେଶ କରୁଛନ୍ତି, ତେବେ ୫ ବର୍ଷ ପରେ ଆପଣଙ୍କୁ ୭.୫ ପ୍ରତିଶତର ସୁଧ ଦରରୁ ୨,୨୪,୯୭୪ର ସୁଧ ମିଳିବ । ଅର୍ଥାତ ସମୁଦାୟ ୭,୨୪, ୯୭୪ ଟଙ୍କା ।

ଯୋଜନାର ଆବେଦନ କରିବାକୁ ଲାଗି ଆପଣଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ପୋଷ୍ଟ ଅଫିସ ଯିବାକୁ ହେବ । ସେଠାରେ ଯୋଜନା ପାଇଁ ଫର୍ମ ଭରିବା ସହ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଜମା କରିବାକୁ ପଡିବ ।

Get real time updates directly on you device, subscribe now.