fbpx

“ବିବାଦରେ ତୁମର କ୍ଷତି ହେବ, ଭାରତର ନୁହେଁ…” କାନାଡ଼ାକୁ କଡ଼ା ସନ୍ଦେଶ ଦେଲେ ମୋଦୀ ସରକାର

ନୂଆଦିଲ୍ଲୀ: କିଛି ମାସରୁ ଭାରତ ଏବଂ କାନାଡ଼ା ମଧ୍ୟରେ ବିବାଦ ଲାଗି ରହିଛି । ଖଲିସ୍ତାନୀ ଆତଙ୍କବାଦ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାକୁ ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଉଭୟ ଦେଶର ସମ୍ପର୍କ ମଧ୍ୟ ଏକ ଫାଟ ସୃଷ୍ଟି ହୋଇଛି । ତେବେ ଏହି ବିବାଦକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ କାନାଡ଼ାର ୪୧ ଜଣ ରାଜଦୂତଙ୍କୁ ପଠାଇ ଦେଇଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ କାନାଡ଼ାକୁ ଏକ କଡ଼ା ସନ୍ଦେଶ ଦେଇଛନ୍ତି ମୋଦୀ ସରକାର । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, କାନାଡ଼ା ହିଁ ଭାରତ ସହ ସମ୍ପର୍କକୁ ଖରାପ କରୁଛି । ଏଥିରେ କାନାଡ଼ା ହିଁ କ୍ଷତି ଭୋଗିବ, ଭାରତ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ।

ଭାରତ-କାନାଡ଼ା ବିବାଦକୁ ନେଇ ପୀୟୁଷ ଗୋୟଲ କହିଛନ୍ତି ଯେ, ଭାରତ କାନାଡ଼ା ସହ ଆଲୋଚନା ବନ୍ଦ କରିନାହିଁ । କାନାଡ଼ା ନିଜ ତରଫରୁ ଏଭଳି ନିଷ୍ପତ୍ତି ନେଇଛି । କିଛି ଭ୍ରମାତ୍ମକ କାରଣ ଯୋଗୁଁ କାନାଡ଼ା ଭାରତ ବିପକ୍ଷରେ ସ୍ୱର ଉଠାଇଛି । ତେବେ ଏହାର ପରିଣାମରେ କାନାଡ଼ାକୁ ହିଁ କ୍ଷତି ସହିବାକୁ ପଡ଼ିବ, ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଭାରତର ମାର୍କେଟ ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର କ୍ଷତି ସହିବ କାନାଡ଼ା ଏବଂ ଦେଶର ଅର୍ତନୀତି । ଏହାବ୍ୟତୀତ ଇଂଲଣ୍ଡ ସହ ଏ ନେଇ ଆଲୋଚନା ମଧ୍ୟ ଜାରି ରହିଥିବା କହିଛନ୍ତି ପୀୟୁଷ ଗୋୟଲ । ଏଥିରେ ଲୋକମାନଙ୍କ ସହ ପରାମର୍ଶ କରି ଏସ୍. ଜୟଶଙ୍କର ଏବଂ ନିର୍ମଳା ସୀତାରମଣଙ୍କ ପ୍ରମୁଖ ଦେଶହିତ ପାଇଁ ନିଷ୍ପତ୍ତି ନେଇଥାନ୍ତି । ଏହାମଧ୍ୟରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ପୀୟୁଷ ଗୋୟଲ ।

ସୂଚନା ଥାଉ କି, ଗତ କିଛି ବର୍ଷରେ କାନାଡ଼ାରେ ଖଲସ୍ତାନୀ ଆନ୍ଦୋଳନ ବୃଦ୍ଧି ପାଉଥିବା ବେଳେ ଅନେକ ସମର୍ଥକ ବିଭିନ୍ନ ସମୟରେ କାନାଡ଼ାରେ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ଜି-୨୦ ସମ୍ମିଳନୀରେ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ ସଂସଦରେ ଭାରତ ଉପରେ ଅରଦୀପ ସିଂହ ନିଜ୍ଜର ହତ୍ୟାର ଅଭିଯୋଗ ଆଣିଥିଲେ । ଟ୍ରୁଡୋ ଏହି ବୟାନରେ କହିଥିଲେ ଯେ, ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟସଙ୍କ ହାତ ଥିବା ନେଇ ସୂଚନା ମିଳିଛି । ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଭାରତ ସରକାର । କିନ୍ତୁ ଏହାପରେ ଭାରତ-କାନାଡ଼ା ମଧ୍ୟରେ ସମ୍ପର୍କ ଖରାପ ହୋଇଚାଲିଛି ।

Get real time updates directly on you device, subscribe now.