କାଲିଠୁ ଆପଣଙ୍କୁ ଆଉ ମିଳିବନି ରାସନ ! ଶୀଘ୍ର କରାଇ ନିଅନ୍ତୁ ଏହି କାମ
ମାଗଣା ଚାଉଳ ଏବଂ ଗହମ ପାଇବାକୁ ଜଲଦି ସାରନ୍ତୁ ଏହି କାମ
ଯଦି ଆପଣ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତାକାଲି ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ । ଶେଷ ତାରିଖ ସୁଦ୍ଧା E-KYC କରିନଥିଲେ ରାସନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ ।
ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ ।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYC ଅବଧି ଫେବୃଆରୀ ୧୫ ଯାଏ ବୃଦ୍ଧି କରିଥିଲେ । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା। କିଛି ଲୋକ E-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନିଆଯାଇଥିଲା।
ସୂଚନାଯୋଗ୍ୟ, ଏବେ ରାସନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି।
କିଛି ସ୍ଥାନରେ ଆଇ ସ୍କାନ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପଡେଟ କରୁଛନ୍ତି।