fbpx

(video)ଏକ ଛୋଟ ଶିଶୁକୁ କୋଳରେ ଧରି ଖୁଆଇଦେଲେ ମୁଖ୍ୟମନ୍ତ୍ରୀ , ଭାଇରାଲ ହେଲା ଯୋଗୀ ଆଦିତ୍ୟନାଥଙ୍କ ଅଭିନବ ଭିଡିଓ

ନୂଆଦିଲ୍ଲୀ: ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଏକ ଛୋଟ ଶିଶୁକୁ ଖୁଆଉଥିବାର ଦେଖିବାକୁ ମିଳୁଛି । ଭିଡିଓଟି ଗୋରଖପୁରର ଅଟେ । ଏଠାରେ ଏକ ଅନ୍ନ ପ୍ରାଶନ ଓ ଗୋଦ ଭରାଇଙ୍କ କାର୍ଯ୍ୟକ୍ରମ ଚାଲୁଥିଲା । ଏହି କାର୍ଯ୍ୟକ୍ରମରେ ଭୋଜପୁରୀ ଅଭିନେତା ତଥା ଗୋରଖପୁର ସାଂସଦ ରବି କିଶନ ମଧ୍ୟ ଉପସ୍ଥିତ ଥିଲେ ।

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଗୋଟିଏ କଥା ସମାନ ରହିଛି । ଉଭୟଙ୍କୁ ଛୋଟ ପିଲାଙ୍କ ସହ ଖେଳିବାକୁ ବହୁତ ଭଲ ଲାଗେ । ଏହି କ୍ରମରେ ଉତ୍ତରପ୍ରଦେଶରେ ଏକ ଅନ୍ନ ପ୍ରାଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏକ ଛୋଟ ଶିଶୁ ସହ ଖେଳୁଥିବାର ନଜର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଶିଶୁ ହାତରେ ଏକ ଖେଳନା ଦେବା ସହ ତାକୁ କୋଳରେ ଧରି ଖୁଆଇ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଘୋଷଣା କରିଥିଲେ କି ଗୋରଖପୁର-ବାରାଣସୀ ରାସ୍ତାରେ ଏକ ଭବ୍ୟ ଷ୍ଟାଡିୟମ ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ନିର୍ମାଣ କରାଯିବ । ଏଠାରେ ଏକ ଘରୋଇ ବିଦ୍ୟାଳୟର ଉଦଘାଟନ କରିବା ପରେ ଆୟୋଜିତ ସମାରୋହରେ ସମ୍ବୋଧିିତ କରି ସେ କହିଥିଲେ ଏହା ଉପରେ କାମ ଆରମ୍ଭ ହୋଇଯାଇଛି । ପଶୁ ଚିକିତ୍ସା ମହାବିଦ୍ୟାଳୟ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ଭାବରେ ବିକଶିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଦେଶର ନେତୃତ୍ୱ ଠିକ୍ ବ୍ୟକ୍ତିଙ୍କ ହାତରେ ଥିଲେ ଦେଶର ବିକାଶ ହେବ ଓ ବିଶ୍ୱରେ ଦେଶର ସମ୍ମାନ ବଢିବ ।

Get real time updates directly on you device, subscribe now.