ମା’ ଫୋନ୍ ଛଡ଼ାଇ ନେଲେ ବୋଲି ରଶି ଲଗାଇଲା ଭେଣ୍ଡିଆ ପୁଅ

ଜଳେଶ୍ୱର: କାଳ ହେଲା ଅନଲାଇନ ଗେମ୍ । ବାଲେଶ୍ୱର କିର୍ତ୍ତନୀଆ ବ୍ଲକର ୨୦ ବର୍ଷୀୟ ଆନନ୍ଦ କଲେ ଆତ୍ମହତ୍ୟା ।

ପରିବାର ଲୋକ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି ।

ଏ ନେଇ ଭୋଗରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଖବର ଅନୁସାରେ ଆନନ୍ଦ ଦିନ ରାତି ଫୋନରେ ଫ୍ରିଫାୟାର ଗେମ୍ ଖେଳୁଥିଲେ ।

ଗତକାଲି ଫୋନରେ ଗେମ୍ ଖେଳୁଥିବାବେଳେ ଆନନ୍ଦଙ୍କ ମା’ ତାଙ୍କ ଠାରୁ ଫୋନ୍ ଛଡ଼ାଇ ନେଇଥିଲେ । ଏଥିରେ ୨୦ ବର୍ଷୀୟ ଯୁବକ ରାଗିଯାଇ ଘର କବାଟ କିଳି ରଶି ଲଗାଇ ଦେଇଥିବା କୁହାଯାଉଛି ।

ରାଜ୍ୟରେ ଏଭଳି ମାମଲା ଧିରେ ଧିରେ ବଢ଼ିବାରେ ଲାଗିଛି । ଫୋନରେ ଅନଲାଇନ୍ ଗେମ୍ ସାଙ୍ଗକୁ ଟ୍ରେଡିଂ ଇତ୍ୟାଦି ଏବେ ଯୁବପିଢ଼ିଙ୍କୁ ଗ୍ରାସ କରିଛି ।

ଘଣ୍ଟା ଘଣ୍ଟା ଫୋନରେ ସେମାନେ ସମୟ ବିତାଉଥିବାବେଳେ ଅନେକ ସମୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାରେ ଲାଗିଛନ୍ତି । ଦେଶରେ ଏ ମାମଲା ଏବେ ଚିନ୍ତାଜନକ ବିଷୟ ପାଲଟିଛି ।