fbpx

ଚାକିରି ଛାଡି ଚାଷ କରୁଛନ୍ତି ଯୁବ ଇଂଜିନିୟର

ପ୍ରତ୍ୟେକ ଯୁବକ ଯୁବତୀଙ୍କ ଇଚ୍ଛା ଥାଏ ସେମାନେ ପାଠ ପଢିବେ ଓ ଭଲ ଚାକିରିଟିଏ କରିବେ । କିନ୍ତୁ ବାଲେଶ୍ୱରର ଜଣେ ଯୁବ ଇଞ୍ଜିନିୟର ଏବେ ଚାକିରି ଛାଡ଼ି କରୁଛନ୍ତି ଚାଷକାମ । ମନରେ ରହିଛି ତାଙ୍କର ଚାଷ କରିବାର ନିଶା । ସେ ମଧ୍ୟ ପାଠ ପଢ଼ିଥିଲେ ଓ ଚାକିରି ମଧ୍ୟ ପାଇଥିଲେ। ଏମିତି ସେମିତି ଚାକିରି ନୁହେଁ ଇଲେକ୍ଟ୍ରିକାଲରେ ଇଂଜିନିୟର । ଭଲ ଦରମା ମଧ୍ୟ ପାଉଥିଲେ, ତେବେ ତାଙ୍କର କୃଷିକାର୍ଯ୍ୟ ପାଇଁ ଅତ୍ୟଧିକ ଆଗ୍ରହ ପାଇଁ ଚାକିରି ଛାଡ଼ି ଏବେ କରୁଛନ୍ତି ଝୁଲା ଚାଷ ।

ଏହି ଯୁବ ଇଂଜିନିୟର ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକ ଅଧିନସ୍ଥ କାକବରାଇ ଗ୍ରାମର ସଞ୍ଜୟ କୁମାର ଦାସ। ସଞ୍ଜୟ ଇଂଜିନିୟରିଂ ପାଠପଢା ସାରି ହାଇଦ୍ରାବାଦରେ ଏକ ଘୋରଇ  କମ୍ପାନୀରେ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ ଚାକିରି କରୁଥିଲେ। ତାଙ୍କର ବାପା ଜଣେ କୃଷକ । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ୟା ଯୋଗୁଁ ଫସଲ ନଷ୍ଟରୁ ରକ୍ଷା କରିବ ଏହି ଝୁଲା ଚାଷ । କୃଷିକୁ ଏକ ନୂଆ ଦିଗକୁ ନେବା ପାଇଁ ନୂତନ ପଦ୍ଧତିରେ କେମିତି କୃଷି କରାଯିବ ସେଥି ପାଇଁ ସେ ଟ୍ରେନିଂ ନେଇଥିଲେ ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶରେ ଟ୍ରେନିଂ ସରିବା ପରେ ବାଲେଶ୍ୱର ଫେରିଆସି କୃଷି କାର୍ଯ୍ୟ ଆରମ୍ଭ କରିଥିଲେ । କୃଷିରେ ନୂତନ ପ୍ରକ୍ରିୟାରେ କୃଷି କରି ସଫଳ ମଧ୍ୟ ହୋଇଛନ୍ତି ଓ କୃଷକ ମାନଙ୍କୁ ଏକ ନୂଆ ଦିଗ ଦେଖାଇଛନ୍ତି । ତେଣୁ ସେ ପାଇପ ସାହାଯ୍ୟରେ ଚାଷ କରି ବନ୍ୟା ଜଳରେ ଚାଷ କେମିତି କ୍ଷତି ନ ହେବ ଏବଂ ଅଳ୍ପ ଜାଗାରେ ଯେପରି ଅଧିକ ଫସଲ କରି ଲାଭବାନ ମଧ୍ୟ ହୋଇଛନ୍ତି । ତେବେ ସେ କେବଳ ପରିବା ଚାଷ ନୁହେଁ ମାଛ ଚାଷ ମଧ୍ୟ କରିଛନ୍ତି।

Get real time updates directly on you device, subscribe now.