fbpx

ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ, ଥାନାଧିକାରୀଙ୍କ ସମେତ ୪ ପୋଲିସ ଗିରଫ

ଜୋନପୁର, ୧୩ା୨: ଉତ୍ତରପ୍ରଦେଶର ଜୋନପୁରରେ ପୋଲିସ ହେପାଜତରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଥାନାଧିକାରୀଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ମୃତ ଯୁବକଙ୍କ ଭାଇ ଥାନାଧିକାରୀ ଓ ଅନ୍ୟ ପୋଲିସ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର କୃଷ୍ଣ କୁମାର ଯାଦବ ନାମକ ଜଣେ ଯୁବକ ଲୁଟ୍ ମାମଲାରେ ଗିରଫ ହୋଇଥିଲେ । ତେବେ ପୋଲିସ ହେପାଜତରେ ଥିବା ସମୟରେ କୃଷ୍ଣଙ୍କର ମୃତ୍ୟୁ ଘଟିଥିଲା । ଏହି ପୋଲିସ ଅଫିସରଙ୍କ ନାମରେ ଆଇପିସି ଧାରା ୩୦୨, ୩୯୪, ୪୫୨, ୫୦୪ ରେ ମାମଲା ଦାୟର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ପୋଲିସର ଦାୟିତ୍ୱହୀନତାକୁ ନିନ୍ଦା କରିବା ସହ ନ୍ୟାୟ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରିଥିଲେ ।

Get real time updates directly on you device, subscribe now.