fbpx

ଏମିତି ବି ପ୍ରେମ ହୁଏ; ଉଚ୍ଚତାରେ ଖୁବ ଛୋଟ ଯୁବତୀଙ୍କୁୁ ଭଲପାଇଲେ ଯୁବକ, କରିବେ ବିବାହ

ଆଜି ଭାଲେଣ୍ଟାଇନ ଡେ, ଅର୍ଥାତ୍ ପ୍ରେମ ପାଇଁ ଦିନଟିଏ । ଆଜିର ଦିନକୁ ଖୁବ୍ ସ୍ମରଣୀୟ କରିବାକୁ ଚାହିଥାନ୍ତି ପ୍ରେମୀ ଯୁଗଳ । ତେବେ ପ୍ରେମ ହେଉଛି ଏପରି ଏକ ଶବ୍ଦ ଯାହାକୁ ବର୍ଣ୍ଣନା କରିବା ହୁଏତ ସମ୍ଭବ ନୁହେଁ । ପ୍ରେମ ମାନେନା ଜାତି ଧର୍ମ, ବର୍ଣ୍ଣର ଭେଦଭାବ । ଆଉ ମାନେନା କଳା ଗୋରାର ପାତରଅନ୍ତର । ଏପରିକି ଏହି ପ୍ରେମ ଦେଖେନା ବଡ ସାନର ଭେଦ ଭାବେ ।

ଆଜିର ଏହି ଭାଲେଣ୍ଟାଇନେ ଡେ ରେ ଆମେ ଏଭଳି ଏକ ପ୍ରେମ ସର୍ମ୍ପକ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହା ଖୁବ ଭିନ୍ନ, ଯାହାଙ୍କ ପ୍ରେମକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାକୁ ଲାଗିଛି । କାରଣ ଏହି ପ୍ରେମୀ ଯୁଗଳଙ୍କ ଉଚ୍ଚତା ନେଇ ଏବେ ସେମାନେ ଚର୍ଚ୍ଚାରେ ଅଛନ୍ତି । ଉଭୟଙ୍କ ଉଚ୍ଚତାରେ ବହୁତ୍ ଫରକ । ଯୁବତୀଙ୍କ ଉଚ୍ଚତା ହେଉଛି ମାତ୍ର ୨ ଫୁଟ ୧୦ ଇଞ୍ଚ, କିନ୍ତୁ ତାଙ୍କ ବୟଫ୍ରେଣ୍ଡଙ୍କ ଉଚ୍ଚତା ୫ ଫୁଟ ୭ ଇଞ୍ଚ୍ । ଉଭୟ ପ୍ରେମ ବିବାହ କରିବାକୁ ଯାଉଛନ୍ତିି ।

ଆମେରିକାରେ ରହୁଥିବା ସେସି କିସି ଉଚ୍ଚତାରେ ଉଚ୍ଚତାରେ ଛୋଟ କିନ୍ତୁ ତାଙ୍କୁ ବୟସ ୩୨ । କିନ୍ତୁ ତାଙ୍କ ବୟଫ୍ରେଣ୍ଡ ବ୍ଲେକଙ୍କୁ ମାତ୍ର ୧୯ ବର୍ଷ । ଦୁହିଁଙ୍କ ମଧ୍ୟରେ ବୟସର ବ୍ୟବଧାନ ୧୩ ରହିବା ସାଙ୍ଗକୁ ଉଚ୍ଚତାରେ ବି ବହୁତ ଫରକ । ହେଲେ ଦୁହିଁଙ୍କ ମଧ୍ୟରେ ରହିଛି ଅତୁଟ ପ୍ରେମ ।

ଏପରିକି ସେସିଙ୍କ ପ୍ରେମରେ ପାଗଳ ବ୍ଲେକ । ତାଙ୍କ ପ୍ରେମ ଆଗରେ ସେସିଙ୍କ ବୟସ କି ଉଚ୍ଚତା କିଛି ବି ମାନେ ରଖେନି । ଏପରିକି ସୋସିଆଲ ମିଡିଆରେ ଉଭୟ ଟ୍ରୋଲ ହୋଇଥିଲେ ସୁଦ୍ଧା ତାଙ୍କ ପ୍ରେମ ଉପରେ ଏହାର କୌଣସି ପ୍ରଭାବ ପକାଇନି । କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ଦେଖେନା ଜାତି, ଧର୍ମ କି ବୟସ, ଉଚ୍ଚତା । ଆଉ ଏମାନଙ୍କ ଲଭ ଷ୍ଟୋରୀ ଏହାର ଯଥାର୍ଥତାଙ୍କୁ ବୁଝାଉଛି । ଯାହା ଏବେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.