ଆରେ ବାପରେ! ସ୍କୁଟିରେ କୁମ୍ଭୀରକୁ ଧରି ଗାଁ ବୁଲିଲେ ଯୁବକ… ଭିଡିଓ ଭାଇରାଲ

ପୋଖରୀରୁ ଏକ କୁମ୍ଭୀର ବସ୍ତିକୁ ପଶି ଯାଇଥିଲା। ଯୁବକ କୁମ୍ଭୀରକୁ ତୁରନ୍ତ ଧରି ରଶିରେ ବାନ୍ଧି ଦେଇଥିଲେ। କୁମ୍ଭୀରକୁ ସ୍କୁଟିରେ ଲଦି ଗାଁରେ ବୁଲାଇ ପୋଖରୀରେ ଛାଡ଼ିଥିଲେ।

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାରେ ଅନେକ ସମୟରେ କୁମ୍ଭୀର ପାଣିରୁ ସ୍ଥଳ ଭାଗକୁ ଚାଲି ଆସନ୍ତି। ଯାହାକୁ ଦେଖି ଲୋକେ ମଧ୍ୟ ଭୟଭୀତ ହୋଇପଡ଼ନ୍ତି।

ସହରର କାଳି ମାତାଙ୍କ ମନ୍ଦିର ନିକଟରେ ପୋଖରୀରୁ ଏକ କୁମ୍ଭୀର ବସ୍ତିକୁ ପଶି ଯାଇଥିଲା। ଅଞ୍ଚଳର ମହିଳା ଯେତେବେଳେ ଘର ବାହାରେ କୁମ୍ଭୀର ଦେଖିଲେ ଡରି ଯାଇଥିଲେ।
ହେଲେ ଜଣେ ଯୁବକ କୁମ୍ଭୀରକୁ ତୁରନ୍ତ ଧରି ରଶିରେ ବାନ୍ଧି ଦେଇଥିଲେ। କୁମ୍ଭୀରକୁ ସ୍କୁଟିରେ ଲଦି ଗାଁରେ ବୁଲାଇ ପୋଖରୀରେ ଛାଡ଼ିଥିଲେ।

ରବିବାର ଦିନ ଘଟିଥିଲା ଏହି ଘଟଣା। ସ୍ଥାନୀୟ ଯୁବକ ବାଡ଼ି ଏବଂ ଦଉଡ଼ି ସାହାର୍ଯ୍ୟରେ କୁମ୍ଭୀରକୁ ଧରିଥିଲେ। ସ୍କୁଟିରେ ରଖି ପୁର ଅଞ୍ଚଳ ବୁଲିଥିଲେ। ପରେ ପୋଖରୀରେ ଛାଡ଼ି ଦେଇଥିଲେ। ବନବିଭାଗକୁ ଖବର ନଦେଇ କୁମ୍ଭୀରକୁ ଧରିଥିବାରୁ ବନବିଭାଗ ଏହି ଘଟଣାର ତଦନ୍ତ କରିବ।

ସ୍ଥାନୀୟ ଲୋକ କହିଛନ୍ତି ରାତି ପ୍ରାୟ ସାଢ଼େ ୮ଟାରେ କୁମ୍ଭୀର କଲୋନୀର ରାସ୍ତାରେ ବୁଲୁଥିଲା। ସ୍ଥାନୀୟ ଯୁବକ ଏହାକୁ ଧରି ଦେଇଥିଲେ। ଯାହାର ଭିଡିଓ ଭାଇରାଲ ହେଉଛି। ବନବିଭାଗ ପୁରା ଘଟଣା ତଦନ୍ତ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।

ବନବିଭାଗ ରେଞ୍ଜର ଗୋପାଳ ଜାଟବ କହିଛନ୍ତି ଏହି ଘଟଣାର କୌଣସି ସୂଚନା ବିଭାଗକୁ ଦିଆଯାଇନଥିଲା। ବିଭାଗ ପାଖରେ ୨୪ ଘଣ୍ଟିଆ ରେସକ୍ୟୁ ଟିମ୍ ଅଛନ୍ତି।
କୁମ୍ଭୀର ପରି ଭୟଙ୍କର ଜୀବକୁ ସାଧାରଣ ଲୋକ ଧରିବା ଘାତକ ହୋଇପାରେ ଏଥିରେ ସେମାନଙ୍କ ପ୍ରାଣ ମଧ୍ୟ ଯାଇପାରେ।