ଭୟଙ୍କର ଅନର କିଲିଂ: ପ୍ରେମୀ ସହ ଫେରାର ହୋଇଥିବା ଝିଅକୁ ଘରକୁ ଆଣିଲେ, ଶେଷରେ ତାକୁ ନୃଶଂସ ଭାବେ ମାରିଦେଲେ ପରିବାର ଲୋକେ

ପ୍ରେମ ଖେଳରେ ପରିବାର ଲୋକ ସାଜିଲେ ଶତ୍ରୁ, ଦିଲ୍ଲୀରୁ ଆଣି ନେଇଗଲେ ଜୀବନ

ନୂଆଦିଲ୍ଲୀ: ବିହାରର ସମସ୍ତିପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଅନର କିଲିଂ ମାମଲା ସାମ୍ନାକୁ ଆସିଛି। ପ୍ରେମ କରି ଘରୁ ପଳାୟନ କରିଥିବା ଯୁବତୀଙ୍କୁ ପରିବାର ଲୋକେ ଦିଲ୍ଲୀରୁ ଆଣି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଛନ୍ତି। ଏହି ଝିଅଟିର ମୃତଦେହ ବନ୍ଦ ବାଥରୁମରୁ ଉଦ୍ଧାର ହୋଇଛି।

ମାଆର ଅଭିଯୋଗରେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ପଠାଇଛି। ମୃତ ଝିଅଟିର ପରିଚୟ ମୁକେଶ ସିଂହଙ୍କ ଝିଅ ସାକ୍ଷୀ(୨୦) ଭାବେ ହୋଇଛି। ପୋଲିସ ଏହି ମାମଲାରେ ଝିଅର ବାପା ମୁକେଶ ସିଂହଙ୍କୁ ଗିରଫ କରିଛନ୍ତି।

ଏହି ଘଟଣା ସଂପର୍କରେ ଝିଅର ମଉସା ବିପିନ କୁମାର କହିଛନ୍ତି ଯେ, ତାଙ୍କ ସଡୁଙ୍କ ଝିଅ ସାକ୍ଷୀ ଗତ ୪ ମାର୍ଚ୍ଚରେ ପାଖ ଗାଁର ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ।

ସମାଜରେ ନିନ୍ଦା ଅପମାନ ପରେ ପରିବାର ଲୋକେ ଝିଅକୁ ଖୋଜିଥିଲେ। ସନ୍ଧାନ ପାଇ ପରିବାର ଲୋକେ ଦିଲ୍ଲୀ ଯାଇଥିଲେ। ଏହାପରେ ଝିଅକୁ ସେଠାକୁ ଯାଇ ବିବହାରକୁ ଆଣିଥିଲେ।

ଏହାପରେ ନିଜେ ଝିଅର ବାପା ଝିଅକୁ ମାରିଦେଲା। ଏହାପରେ ତାଙ୍କ ଶାଳୀ ଅର୍ଥାତ ସାକ୍ଷୀର ମାଆ ତାଙ୍କ ମଉସାକୁ ଜଣାଇଥିଲେ। ଏହି ସମୟରେ ସେ ଯେତେବେଳେ ଝିଅ ବିଷୟରେ ପଚାରିଲେ ସାକ୍ଷୀର ବାପା କହିଥିଲେ ଯେ, ସେ ପଳାୟନ କରିଛି।

ଏହାପରେ ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ବାଥରୁମରୁ ମିଳିଥିଲା। ଏହାପରେ ପୋଲିସ ସାକ୍ଷୀର ପିତା ମୁକେଶ ସିଂହଙ୍କୁ ଗିରଫ କରିଛି।