fbpx

ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର: ପଥରରେ ଛେଚି ହତ୍ୟା ସନ୍ଦେହ

ଗଞ୍ଜାମ(ଓଡ଼ିଶା ଭାସ୍କର): ରାସ୍ତାକଡ଼ରୁ ଯୁବତରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡ଼ଘାଟି ନିକଟ ରାସ୍ତ କଡ଼ରୁ ମୃତଦହ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ପଥରରେ ଛେଚି କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି ପୋଲିସ । ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଖଲ୍ଲିକୋଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ ।

Get real time updates directly on you device, subscribe now.