(Video) ହେ ଭଗବାନ୍ ଏମିତିବି ଆସେ ମରଣ! ଖେଳୁ ଖେଳୁ ବଡ଼ ଭାଇର ହତ୍ୟାକାରୀ ହୋଇଗଲା ସାନ ଭାଇ

ଭୁଲରେ ବନ୍ଧୁକ ଟ୍ରିଗର ଚିପିଦେଲା ସାନ ଭାଇ । ଭୂଇଁ କାମୁଡ଼ି ପଡ଼ିଲା ୯ ବର୍ଷର ବାଳକ ।

ଚେନ୍ନାଇ: କର୍ଣ୍ଣାଟକ ସିରସିରେ ଘଟିଯାଇଛି ଏକ ଅଜବ ଘଟଣା । ଯେଉଁଥିରେ ସାନ ଭାଇ ତା’ ବଡ଼ ଭାଇକୁ ଅଜାଣତରେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି ।

ବସପ୍ପାଙ୍କ ୯ ବର୍ଷର ପୁଅ କରିୟାପା ୭ ବର୍ଷର ସାନ ଭାଇ ସହ ଖେଳୁଥିଲା । ପିଲାମାନେ ଖେଳୁଥିବା ସ୍ଥାନରେ ଏକ ଏୟାର ଗନ୍ ରଖାଯାଇଥିଲା । ସାଧାରଣତଃ ମାଙ୍କଡ଼ମାନଙ୍କୁ ତଡ଼ିବା ପାଇଁ ବଗିଚାରେ ରଖାଯାଇଥିଲା ।

ଭୁଲ ବସତଃ ସାନ ଭାଇର ହାତ ଗନ୍ର ଟ୍ରିଗରରେ ବାଜିଗଲା ଆଉ ଗୁଳିଯାଇ ସାମ୍ନାରେ ଛିଡ଼ାଥିବା କରିୟାପା ଛାତିରେ ବାଜିଲା ।

ଘଟଣାସ୍ଥଳରେ ୯ ବର୍ଷର ବାଳକର ମୃତ୍ୟୁ ଘଟିଲା । ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବାବେଳେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ କରିବା ସହ କରିୟାପା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଥିଲା ।