fbpx

ସିଗାରେଟ୍ ଟାଣିବା ଛାଡ଼ିଦେଲେ ମିଳୁଛି ୪୦ ହଜାର ଟଙ୍କାର ନଗଦ ପୁରସ୍କାର, ଜାଣନ୍ତୁ କେଉଁଠି ଚାଲିଛି ଏହି ସ୍କିମ୍

ନୂଆଦିଲ୍ଲୀ: ସିଗାରେଟ୍ ପିଇବା କେବଳ ଆମର ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ସମଗ୍ର ମାନବ ସଭ୍ୟତା ପାଇଁ କ୍ଷତିକାରକ । ତେବେ ଲୋକମାନେ କିପରି ଏହି ନିଶା ସେବନଠାରୁ ଦୂରେଇ ରହିବେ, ସେଥିପାଇଁ ନିକଟରେ ଏକ ଯୋଜନା ପ୍ରଚଳନ କରାଯାଇଛି । ଯଦି ଆପଣ ସ୍ମୋକିଂ ଛାଡ଼ିଦେବେ, ତେବେ ସରକାର ଆପଣଙ୍କୁ ଏହା ବଦଳରେ ୪୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିବେ ।

ତେବେ ଜଣାପଡ଼ିଛି ଯେ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ନିକଟରେ ବ୍ରିଟେନର ଏକ ସହରରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ଏନେଇ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ହେଁ ଲୋକମାନେ ଧୂମ୍ରପାନରୁ ବିରତ ରହୁ ନଥିଲେ । ନିଶାର କୁଭ୍ୟାସ ଲୋକଙ୍କୁ ଏଭଳି ଗ୍ରାସ କରିନେଇଥାଏ ଯେ, କିଛି ଲୋକ ସିଗାରେଟ୍ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରି ମଧ୍ୟ ଛାଡ଼ି ପାରନ୍ତି ନାହିଁ ।

ତେବେ ବ୍ରିଟେନର ଏକ ସହରରେ ଏହି ଯୋଜନାର ପ୍ରଚଳନ କରାଯାଇଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ସ୍କିମ୍ ଅନୁଯାୟୀ, ଯଦି ଜଣେ ପୁରୁଷ ସ୍ମୋକିଂ ଛାଡ଼ିଦେବେ ତେବେ ତାଙ୍କୁ ୨୦ ହଜାର ଟଙ୍କା ଦିଆଯିବ । ସେହିଭଳି ଯଦି ଜଣେ ମହିଳା ଏହି ନିଶା ଛାଡ଼ିଦେବେ ତେବେ ତାଙ୍କୁ ୪୦ ହଜାର ଟଙ୍କା ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯିବ । ତେବେ ଅର୍ଥ ଲାଳସାର ବଶବର୍ତ୍ତୀ ହୋଇ ବହୁ ଲୋକ ଧୂମ୍ରପାନ ଛାଡ଼ିଦେବ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । ତେବେ ସେଠାକାର ସରକାର ଏହି ଯୋଜନା ପାଇଁ ବଜେଟରେ ୧ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଜଣେ ବ୍ୟକ୍ତି ସିଗାରେଟ୍ ଛାଡ଼ିଛନ୍ତି କି ନାହିଁ ତାହା ଜାଣିବା ପାଇଁ ସରକାରଙ୍କ ପକ୍ଷରୁ କାର୍ବନ ମନୋଅକ୍ସାଇଡ୍ ଟେଷ୍ଟ କରାଯିବ ।

Get real time updates directly on you device, subscribe now.