fbpx

ନୟାଗଡରେ କଙ୍ଗାରୁ କୋର୍ଟର ଦୌରାତ୍ମ୍ୟ: ଆତ୍ମହତ୍ୟା କଲେ ଯୁବକ

ନୟାଗଡ(ଓଡ଼ିଶା ଭାସ୍କର): ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା କଙ୍ଗାରୁକୋର୍ଟର ଘୃଣ୍ୟ ଚିତ୍ର । କଙ୍ଗାରୁ କୋର୍ଟର କଠୋର ନିଷ୍ପତିରେ ଜୀବନ ହାରିଲେ ଯୁବକ । ନୟାଗଡ଼ ଜିଲ୍ଲା ରଣପୁର ଥାନା ଖତିଆ ଗ୍ରାମରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ଅଭିଯୋଗ ଅନୁସାରେ ଖତିଆ ଗ୍ରାମର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁ ର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ମେଡିକାଲକୁ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ଡାକ୍ତରଙ୍କୁ ଫୋନ ଯୋଗେ ମେଡିକାଲର ଅବ୍ୟବସ୍ଥା ନେଇ ପାଟିତୁଣ୍ଡ କରିଥିଲେ ।

ଏହି ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତର ଜଣଙ୍କ ଗାଁ ର କଙ୍ଗାରୁ କୋର୍ଟରେ ଅଭିଯୋଗ କରିଥିଲେ । ପରେ ସୁନନ୍ଦ ଙ୍କୁ ୧୦ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ ମାଗିବାକୁ କୁହାଯାଇଥିଲା । ଯାହାକୁ ନେଇ ସୁନନ୍ଦ କଙ୍ଗାରୁ କୋର୍ଟରେ ୮ହଜାର ୫୦୦ଟଙ୍କା ଫାଇନ ଦେଇଥିବା ବେଳେ ଡାକ୍ତରଙ୍କୁ ଭୁଲ ମାଗିଥିଲେ । ମାତ୍ର ସର୍ବ ସମ୍ମୁଖରେ ଡାକ୍ତରଙ୍କ ପାଦ ଧରି ପୁଣି ଥରେ ଭୁଲ ମାଗିବାକୁ କୁହାଯିବାରୁ ଏହାକୁ ସହି ନପାରି ସୁନନ୍ଦ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଛି । ଯାହାକୁ ନେଇ ସୁନନ୍ଦଙ୍କ ପତ୍ନୀ ରଣପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.