ଭୁବନେଶ୍ୱର: ଚରିତ୍ର ଗଠନ ଲାଗି କଲେଜ ସ୍ତରରେ ଚାଲିବ ‘ଯୁବ ସଂସ୍କାର’ କାର୍ଯ୍ୟକ୍ରମ । ଗୁରୁବାର ଏନେଇ ରାଜ୍ୟର ସବୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ‘ଯୁବ ସଂସ୍କାର’ ପାଠ୍ୟକ୍ରମ ବହିର୍ଭୂୁତ ହୋଇଥିଲେ ଏହି ସମ୍ବନ୍ଧରେ କ୍ଲାସ ରୁମରେ ପଢ଼ାଯିବ । ତେବେ ଏଥିପାଇଁ କୌଣସି ପରୀକ୍ଷା ବା ମୂଲ୍ୟାୟନ ହେବନାହଁ । ମାସକୁ ଅନ୍ତତଃ ଥରେ କ୍ଲାସ ହେବ, ଚରିତ୍ର ଗଠନ ଉପରେ ଆଧାରିତ ଫିଲ୍ମ ଗୁଡ଼ିକୁ ମୁଖ୍ୟତଃ ପ୍ରଦର୍ଶନ କରାଯିବ । ଛାତ୍ରମାନେ କିପରି ଡ୍ରଗ୍ସ ଓ ତମାଖୁ ଠାରୁ ଦୂରେଇ ରହିବେ ସେନଇ ଶିକ୍ଷାଦାନ ଦିଆଯିବ ।