fbpx
BJD SKY
BJD SKY

କପିଲ ଦେବଙ୍କୁ କିସ୍ କଲେ ରଣବୀର ସିଂହ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟୋ

BJD

ନୂଆଦିଲ୍ଲୀ: ଭାରତ ୧୯୮୩ ମସିହାରେ ପ୍ରଥମ ଥର ୱାର୍ଲ୍ଡ କପ୍ ଜିତି ଇତିହାସ ରଚିଥିଲା । ଯାହାକୁ ପ୍ରାୟ ୩୮ ବର୍ଷ ହୋଇସାରିଲାଣି । କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ଜିତିଥିଲା ପ୍ରଥମ ବିଶ୍ୱକପ୍ । ଏହାପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ଆସିଛି । ଆଉ ଏବେ ସେହି ଐତିହାସିକ ବିଜୟକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘୮୩’  । ଫିଲ୍ମରେ କପିଲ ଦେବଙ୍କ ଭୂମିକା ନିଭାଇଛନ୍ତି ରଣବୀର ସିଂହ । ତେବେ ନିକଟରେ ଏହାର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା ଯେଉଁଥିରେ ରଣବୀର ସିଂହଙ୍କ ସହ କପିଲ ଦେବ ମଧ୍ୟ ନଜର ଆସିଥିଲେ ।

ବର୍ତ୍ତମାନ ଏହି ସ୍କ୍ରିନିଂ ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫୋଟୋରେ ରଣବୀର ସିଂହ ଏବଂ କପିଲ ଦେବ ପରସ୍ୱରକୁ ଆଲିଙ୍ଗନ କରୁଛନ୍ତି ଏବଂ ଏହି ଫୋଟୋରେ ଦେଖାଯାଉଛି ରଣବୀର ସିଂହ କପିଲ ଦେବଙ୍କୁ କିସ୍ କରୁଛନ୍ତି, ଯାହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି । ସ୍କ୍ରିନିଂ ସମୟର ଉଭୟ ପରସ୍ପର ସହ ଥଟ୍ଟାମଜା କରୁଥିବାର ମଧ୍ୟ ନଜର ଆସିଥିଲେ । ଫିଲ୍ମରେ ରଣବୀରଙ୍କ ସହ ଦୀପିକା ପାଦୁକୋନ କପିଲ ଦେବଙ୍କ ପତ୍ନୀଙ୍କ ଭୂମିକାରେ ମଧ୍ୟ ନଜର ଆସିବେ ।

 

View this post on Instagram

 

A post shared by yogen shah (@yogenshah_s)

ଫିଲ୍ମର କାହାଣୀ ୧୯୮୩ ରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ୱାର୍ଲ୍ଡ କପ୍ ଜିତିବା ଉପରେ ପର୍ଯ୍ୟବେସିତ । ରଣବୀର ଏବଂ ଦୀପିକାଙ୍କ ସହ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ, ବୋମନ ଇରାନୀ, ହାର୍ଡି ସନ୍ଧୁ ଏବଂ ତାହିର ରାଜ ଭସୀନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମକୁ ନିର୍ଦ୍ଦେଶକ କବୀର ଖାନ ନିର୍ଦ୍ଦେଶନା କରିଛନ୍ତି ।

Get real time updates directly on you device, subscribe now.