fbpx

୩ ବର୍ଷର ସମ୍ପର୍କ ପରେ ବୟଫ୍ରେଣ୍ଡ ଠାରୁ ଅଲଗା ହେଲେ ମିସ୍ ୟୁନିଭର୍ସ: ଇନଷ୍ଟାଗ୍ରାମ ପୋଷ୍ଟରେ ଦେଲେ ସୂଚନା

ମୁମ୍ବାଇ: ଦୀର୍ଘ ୩ ବର୍ଷ ଧରି ଏକାଠି ରହିବା ପରେ ଅଲଗା ହୋଇ ଯାଇଛନ୍ତି ମିସ ୟୁନିଭର୍ସ ସୁସ୍ମିତା ସେନ୍ ଓ ରୋହମାନ ଶଲ୍ । ଗୁରୁବାର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୁସ୍ମିତା ନିଜର ବ୍ରେକ ଅପ୍ ସମ୍ପର୍କରେ ଘୋଷଣା କରିଛନ୍ତି । ବିଗତ କିଛି ଦିନ ଧରି ଉଭୟ ଅଲଗା ହେବା ସମ୍ପର୍କରେ ଆଲୋଚନା ହେଉଥିଲା । ବନ୍ଧୁ ଭାବରେ ଆମେ ଯାତ୍ରା ଆରମ୍ଭ କରିଥିଲୁ ଆଉ ବନ୍ଧୁ ଭାବରେ ଏହାକୁ ଶେଷ କରୁଛୁ । ରିଲେଶନସିପ୍ ଅନେକ ଦିନ ତଳୁ ଶେଷ ହୋଇ ସାରିଥିବା ବେଳେ କେବଳ ପ୍ରେମ ରହିଛି ବୋଲି ପୋଷ୍ଟ କରିଥିଲେ ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ୍ । ଏହି ପୋଷ୍ଟରେ ସୁସ୍ମିତା ଓ ରୋହମାନଙ୍କ ଫଟୋ ମଧ୍ୟ ରହିଥିଲା ।

ସୁସ୍ମିତା ନିଜର ବ୍ରେକଅପ୍ ସମ୍ପର୍କରେ ଘୋଷଣା କରିଥିଲେ ହେଁ ଏକତ୍ର ରହିଥିବା ଫଟୋ ଗୁଡିକୁ ଡିଲିଟ କରି ନାହାନ୍ତି ସୁସ୍ମିତା । ଇନଷ୍ଟାଗ୍ରାମ ମେସେଜରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ସୁସ୍ମିତା ଭୁଲରେ ରୋହମାନଙ୍କ ମେସେଜର ଉତ୍ତର ଦେବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃ୍େଟି ହୋଇଥିଲା । ଏହାପରେ ଧୀରେ ଧୀରେ ବନ୍ଧୁତା ଓ ପ୍ରେମ ହୋଇଥିଲା । ଶେଷରେ ଉଭୟ ଲିଭ ଇନରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ୩ ବର୍ଷ ଏକତ୍ର ରହିବା ପରେ ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।

 

View this post on Instagram

 

A post shared by Sushmita Sen (@sushmitasen47)

Get real time updates directly on you device, subscribe now.