ଭୁବନେଶ୍ବର: ମଦ ନିଶାରେ ନିଜ ବେକ କାଟିଦେଲେ ଯୁବକ । ମଦ ପିଇ ଯୁବକ ନିଜ ବେକ ନିଜେ କାଟି ଦେଇଛନ୍ତି । ବାଲେଶ୍ବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ପରେ ଯୁବକଜଣଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ଗତକାଲି(ସୋମବାର) ଦିନ ବ୍ୟକ୍ତିଜଣକ ଅତ୍ୟଧିକ ମଦ୍ୟାପନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଘରେ ପଶି ନିଜ ଝିଅକୁ ମାରପିଟ କରିଥିଲେ । ଏହାକୁ ଘରଲୋକ ବିରୋଧ କରିଥିଲେ । ଫଳରେ ନିଶା ଅବସ୍ଥାରେ ବ୍ୟକ୍ତି ଜଣକ ବ୍ଲେଡରେ ନିଜ ବେକକୁ କାଟି ଦେଇଥିଲେ । ତେବେ ଘଟଣା ପରେ ଯୁବକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିଶାସକ୍ତ ଅବସ୍ଥାରେ ଏଭଳି କରିଲେ ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।