fbpx

YouTube ଆଣିଲା ନୂଆ ଫିଚର: ଏଣିକି ୟୁଟ୍ୟୁବ Shortsରେ ୩ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରିପାରିବେ କ୍ରିଏଟର୍ସ

ନୂଆଦିଲ୍ଲୀ: ୟୁଟ୍ୟୁବ ସର୍ବଦା ତା’ର ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । ତେବେ ଶର୍ଟସ କରୁଥିବା କ୍ରିଏଟର୍ସଙ୍କ ପାଇଁ ଏହା ମଧ୍ୟରେ ୟୁଟ୍ୟୁବ ଏକ ନୂଆ ଫିଚର ଆଣିଛି । ପୂର୍ବରୁ ୟୁଟ୍ୟୁବ ଶର୍ଟରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରିବା ନେଇ ବ୍ୟବସ୍ଥା ରହିଥିବା ବେଳେ ଏବେ ତାହାକୁ ବଦଳାଇଛି ୟୁଟ୍ୟୁବ । ଏଣିକି ୩ ମିନିଟ୍ ପର୍ଯ୍ୟନ୍ତ ଶର୍ଟସ ଭିଡିଓ ଅପଲୋଡ୍ କରିପାରିବେ କ୍ରିଏଟର୍ସ । ଅକ୍ଟୋବର ୧୫ ତାରିଖରୁ ଏହା ଲାଗୁ ହେବ । ୟୁଟ୍ୟୁବର ଏହି ନୂଆ ଫିଚର ଲାଗୁ ହେବା ଫଳରେ କ୍ରିଏଟର୍ସ ଅଧିକ ଫାଇଦା ପାଇବା ସହ ଅଧିକ ଅବଧି ବିଶିଷ୍ଟ ଭିଡିଓ ଅପଲୋଡ୍ କରିପାରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବରେ ଅପଲୋଡ୍ ହେଉଥିବା ଶର୍ଟସ ଏକ ମିନିଟ୍ ଅବଧି ବିଶିଷ୍ଟ ରହିଥିଲା । ଏହି ଶର୍ଟ ଭିଡିଓ ଫିଚର ଆଣିବା ଫଳରେ ଟିକଟକ, ଇନଷ୍ଟାଗ୍ରାମ ରିଲ୍ସ ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ୟୁଟ୍ୟୁବ ଟକ୍କର ଦେବାରେ ସକ୍ଷମ ହୋଇପାରିଥିଲା । ଏଣିକି ଲଙ୍ଗ ଭିଡିଓ ସପୋର୍ଟରେ ୟୁଟ୍ୟୁବ କ୍ରିଏଟର୍ସଙ୍କୁ ନିଜର କଣ୍ଟେଣ୍ଟ ପାଇଁ ଅଧିକ ସ୍ଥାନ ମିଳିପାରିବ । ୟୁଟ୍ୟୁବର ଏହି ଫିଚର ପରିବର୍ତ୍ତନ ଫଳରେ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ଭିଡିଓର ଲେନଥ ବଢ଼ାଇବା ବ୍ୟତୀତ ୟୁଟ୍ୟୁବ କଣ୍ଟେଣ୍ଟକୁ ଅଧିକ ମଜାଦାର ଓ ଏନଗେଜିଂ କରିବା ପାଇଁ ଅନେକ ଫିଚର୍ସ ଆଡ୍ କରୁଛି । ସେଥିମଧ୍ୟରେ ଏକ ମଜେଦାର ଟୁଲ ହେଉଛି ଟେମ୍ପଲେଟସ । ଏହି ଫିଚର ଜରିଆରେ ୟୁଜର୍ସ କୌଣସି ଶର୍ଟରେ ଦିଆଯାଇଥିବା ରିମିକ୍ସ ବଟନରେ ଟ୍ୟାପ କରି ସହଜରେ ଟ୍ରେଣ୍ଡିଂ ଭିଡିଓକୁ ରିମି୍ସ ଓ ରିକ୍ରିଏଟ କରିପାରିବେ । ରିମିକ୍ସ ବଟନରେ ଟ୍ୟାପ କରିବା ପରେ ‘ୟୁଜ ଦିସ ଟେମ୍ପଲେଟ’ ଅପ୍ସନକୁ ସିଲେକ୍ଟ କରିବାକୁ ପଡ଼ିବ । ଏଥିସହିତ ୟୁଟ୍ୟୁବ ଆଗାମୀ ଦିନରେ ଶର୍ଟରେ ଅଧିକ ୟୁଟ୍ୟୁବ କଣ୍ଟେଟକୁ ଇଣ୍ଟିଗ୍ରେଟ କରିବା ପାଇଁ ଅନ୍ୟ ଅପଡେଟ୍ ରୋଲଆଉଟ୍ କରିବ । କ୍ରିଏଟର୍ସ ଖୁବଶୀଘ୍ର ନିଜର ଶର୍ଟସ ପାଇଁ ଅନ୍ୟ ୟୁଟ୍ୟୁବ ଭିଡିଓ ଓ ମ୍ୟୁଜିକ ଭିଡିଓର କ୍ଲିପ ୟୁଜ୍ କରିପାରିବେ । ଏହାଛଡ଼ା କ୍ରିଏଟର୍ସଙ୍କ ସହାୟତା ପାଇଁ ୟୁଟ୍ୟୁବ ଏକ ନୂଆ ‘ଶର୍ଟସ ଟ୍ରେଣ୍ଡସ’ ପେଜ ମଧ୍ୟ ଲଞ୍ଚ କରୁଛି, ଯାହାର ସହାୟତାରେ ୟୁଜର୍ସ ଲାଟେଷ୍ଟ ଭାଇରଲ କଣ୍ଟେଣ୍ଟକୁ ୟୁଜର୍ସ ପର୍ଯ୍ୟନ୍ତ ସହଜରେ ପହଞ୍ଚାଇ ପାରିବେ ।

Get real time updates directly on you device, subscribe now.