fbpx

‘ମୋ ଜୀବନର ସବୁକିଛି ସରିଯାଇଛି….’ କରୋନାରେ ପିତାମାତାଙ୍କୁ ହରାଇବା ପରେ ଭାବପ୍ରବଣ ହେଲେ କମେଡ଼ିଆନ୍ ତଥା ୟୁଟ୍ୟୁବର ଭୁବନ ବାମ୍

ନୂଆଦିଲ୍ଲୀ: କମେଡ଼ିଆନ୍ ତଥା ୟୁଟ୍ୟୁବର ଭୁବନ ବାମଙ୍କ ଜୀବନକୁ କରୋନା ଛାରଖାର କରିଦେଇଛି । ଲକ୍ଷ ଲକ୍ଷ ଦର୍ଶକଙ୍କୁ ହସାଉଥିବା ଭୁବନ ଆଜି ନିଜର ପିତାମାତାଙ୍କୁ ହରାଇ ନିଜେ ଲୁହ ଦରିଆରେ ବୁଡ଼ି ରହିଛନ୍ତି । ନିଜର ଜନ୍ମଦାତ୍ରୀଙ୍କୁ ହରାଇବାର ଦୁଃଖ ଯେ ଆଉ କାହା ଭାଗ୍ୟରେ ନ ଜୁଟୁ, ଏକଥା ଭୁବନ ଅନୁଭବ କରିପାରୁଥିବେ । କୋଭିଡ-୨୯ର ଭୟଙ୍କର ସଂକ୍ରମଣରେ ଭୁବନଙ୍କ ପିତାମାତା ପ୍ରାଣ ହରାଇଛନ୍ତି । ନିଜର ଯନ୍ତ୍ରଣାକୁ ଭୁବନ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଭୁବନ ମାତ୍ର ଗୋଟିଏ ମାସ ମଧ୍ୟରେ ନିଜର ପିତାମାତାଙ୍କୁ ହରାଇଛନ୍ତି । ସେ ଲେଖିଛନ୍ତି, କୋଭିଡ୍ କାରଣରୁ ସେ ନିଜ ଜୀବନର ଦୁଇ ତାରକାଙ୍କୁ ହରାଇଛନ୍ତି । ସେ ଏବେ ପିତୃମାତୃ ହୀନ ହୋଇଯାଇଥିବାରୁ ତାଙ୍କର ଜୀବନ ଆଉ ପୂର୍ବ ପରି ରହିନାହିଁ । ଅଳ୍ପ ସମୟ ମଧ୍ୟରେ ସେ ତାଙ୍କର ଘର, ସ୍ୱପ୍ନ, ଖୁସି, ଆତ୍ମୀୟସ୍ୱଜନ ସବୁକିଛି ହରାଇ ଦେଇଛନ୍ତି । ଆଜି ତାଙ୍କର ପିତାମାତା ତାଙ୍କ ସହ ନାହାନ୍ତି, ତେଣୁ ସେ ପୁଣି ନୂଆ କରି ଜୀବନ ଜୀଇଁବା ଶିଖିବେ ବୋଲି ଭୁବନ ଭାବପ୍ରବଣ ହୋଇ ଲେଖିଛନ୍ତି ।
ଭୁବନଙ୍କ ଏହି ଦୁଃଖଦ ପରିସ୍ଥିତି ସମୟରେ ତାଙ୍କୁ ବନ୍ଧୁ ତଥା କିଛି ସେଲିବ୍ରେଟି ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଶ୍ରୀୟା ପିଲଙ୍ଗାୱକର, ରାଜକୁମାର ରାଓ, ତାହିରା କଶ୍ୟପ, ମୁକେଶ ଛାବଡ଼ା, ଶର୍ଲି ସେଠିଆ, ଦିୟା ମିର୍ଜାଙ୍କ ପରି ବହୁ ବଡ଼ ବଡ଼ ବଲିଉଡ୍ କଳାକାରମାନେ ଭୁବନ ସାନ୍ତ୍ୱନା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.