fbpx

ମୋଦିଙ୍କ କ୍ୟାବିନେଟରେ ସାମିଲ ହେବ YSR କଂଗ୍ରେସ! ୨୦୨୪ ପୂର୍ବରୁ ଦକ୍ଷିଣ ରାଜ୍ୟ ଉପରେ ଭାଜପାର ନଜର

Advertisement

ଭୁବନେଶ୍ୱର: କିଛିଦିନ ଧରି ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ୱାଇଏସଆର କଂଗ୍ରେସ ମୋଦିଙ୍କ କ୍ୟାବିନେଟରେ ସାମିଲ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଅନ୍ତିମ ମୁହୂର୍ତ୍ତରେ ତାହା କାଟ୍ ଖାଇ ଯାଇଥିବା ଶୁଣାଯାଉଛି । ତେବେ ଏହି ଘଟଣା ପରେ ୱାଇଏସଆର ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ବିଜେପି ନେତୃତ୍ୱ ଖପ୍ପା ହୋଇଯାଇଥିବା ଜଣାପଡ଼ିଛି ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ବିଭିନ୍ନ ରାଜ୍ୟରେ ଶାସନାଧୀନ ଆଞ୍ଚଳିକ ଦଳମାନଙ୍କୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ଭାଜପାର ଫୋକସ୍ ଦକ୍ଷିଣ ଭାଗ ଉପରେ ରହିଛି । । ପୂର୍ବରୁ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଜଗନଙ୍କ ପାର୍ଟି ସହିତ ବୁଝାମଣା ପାଇଁ ପ୍ରୟାସ କରିଥିଲା । ସୂତ୍ରରୁ ଜଣାପଡ଼ିଛିଯେ, ଜଗନଙ୍କ ପାର୍ଟି କେନ୍ଦ୍ର କ୍ୟାବିନେଟରେ ସାମିଲ୍ ହେବା ପ୍ରାୟ ସ୍ଥିର ହୋଇସାରିଥିଲା । ପରେ ଦୁଇଟି କ୍ୟାବିନେଟ ପାଇଁ ଆଲୋଚନା ହୋଇଥିବା ବେଳେ ଭାଜପା ନେତୃତ୍ୱ ଏଥିରେ ରାଜି ହୋଇ ନଥିବା କୁହାଯାଉଛି । ତେବେ ସେ କେନ୍ଦ୍ର ସରକାରଙ୍କ ସହ ସୁସମ୍ପର୍କ ରକ୍ଷା କରି କାର୍ଯ୍ୟ କରିବାକୁ ଚାହାନ୍ତି ବୋଲି ଜଗନ ସ୍ପଷ୍ଟୀକରଣ ଦେଇଥିବା କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଜାତୀୟ ସ୍ତରରେ ଏକ ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଚାହୁଁଥିବାରୁ ଜଗନ ଏହାକୁ ଦୃଷ୍ଟିରେ ରଖି ଜଲଦବାଜୀରେ ନିଷ୍ପତ୍ତି ନେଉ ନଥିବା ସୂତ୍ରରୁ ଜଣାପଡ଼ିଛି । ଭାଜପା ନିଜର ପୂର୍ବ ସହଯୋଗୀ ଶିରୋମଣି ଅକାଳି ଦଳ ଓ ଶିବସେନାକୁ ହରାଇ ସାରିଥିବାରୁ ଆନ୍ଧ୍ର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.