ବିବାହର 8 ବର୍ଷ ପରେ ବାପା ହେଲେ ଜାହିର ଖାନ୍, ପତ୍ନୀ ସାଗରିକା ଇନଷ୍ଟାରେ କଲେ ଖୁଲାସା
ଜାହିର ଖାନା ବାପା ହେବା ପରେ ତାଙ୍କ ପୁଅଙ୍କ ନାମକୁ ନେଇ ଚାରିଆଡେ ଚର୍ଚ୍ଚା ।
ନୂଆଦିଲ୍ଲୀ: ପ୍ରତ୍ୟେକ ମ୍ୟାଚ୍ ସହିତ IPL 2025ର ଉତ୍ସାହ ବୃଦ୍ଧି ପାଉଛି । ଏହାରି ଭିତରେ ଅଭିଜ୍ଞ ଭାରତୀୟ କ୍ରିକେଟର ଜାହିର ଖାନ ଖୁସି ଖବର ଦେଇଛନ୍ତି । ବାପା ହୋଇଛନ୍ତି ଜାହିର ଖାନ୍ ।
ତାଙ୍କ ପତ୍ନୀ ସାଗରିକା ଘାଟଗେ ଖାନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଘରକୁ ଆସିଥିବା ଏହି ଖୁସି ଖବର ମଧ୍ୟରେ, ଆଉ ଏକ ଆକର୍ଷଣୀୟ କଥା ହେଉଛି ଯେ ଜାହିର ଖାନ ତାଙ୍କ ପୁଅର ନାମ ଟିକେ ଭିନ୍ନ ଦେଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି ।
ପୁଅର ଏହି ନାମ ରଖିଲେ ଜାହିର– ଜାହିର ଖାନଙ୍କ ପିତା ହେବାର ଖବର ତାଙ୍କ ପତ୍ନୀ ସାଗରିକା ଘାଟଗେ ଆଜି ଇନଷ୍ଟାରେ ପୋଷ୍ଟ କରି ଜଣାଇଥିଲେ । ସାଗରିକା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଆମ ଘରକୁ ଏକ ଶିଶୁପୁତ୍ର ଆସିଛି, ଯାହାର ନାମ ଫତେହ ସିଂହ ଖାନ ରଖିଛୁ ।
IPL 2025ରେ ବ୍ୟସ୍ତ ଅଛନ୍ତି ଜାହିର- ବର୍ତ୍ତମାନ ସମୟରେ ଜାହିର ଖାନ IPL 2025 ରେ ବ୍ୟସ୍ତ ଅଛନ୍ତି । ଏହି ସିଜନରେ ସେ ଲକ୍ଷ୍ନୌ ସୁପରଜାଏଣ୍ଟସର ବୋଲିଂ କୋଚ୍ ଅଛନ୍ତି । ଜାହିର ଖାନ IPL 2025 ରେ ଏପର୍ଯ୍ୟନ୍ତ 7 ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରୁ ସେ 4 ଟିରେ ଜିତିଛନ୍ତି ଏବଂ 3 ଟିରେ ହାରିଛନ୍ତି । ବର୍ତ୍ତମାନ ଜାହିର ଖାନଙ୍କ ଦଳ ପଏଣ୍ଟ ଟେବୁଲରେ 5 ନମ୍ବରରେ ଅଛି ।
IPL 2025ର ପରବର୍ତ୍ତୀ ମ୍ୟାଚ୍ 19 ଏପ୍ରିଲରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏପରି ପରିସ୍ଥିତିରେ, ସମ୍ଭବତଃ ଜାହିର ଖାନ ଜୟପୁରରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହିତ କିଛି ସମୟ ବିତାଉଥିବାର ଦେଖାଯାଇଛି ।
View this post on Instagram